ପଶ୍ଚିମା ଝଡ଼ ଯୋଗୁଁ ଆଜି ୮ ଜିଲ୍ଲାରେ ବର୍ଷା!, ଘନ କୁହୁଡ଼ି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ୮ ଜିଲ୍ଲାରେ ବର୍ଷା । ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ରେ ବର୍ଷା ଆଶଙ୍କା ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଆଜି ୮ ଜିଲ୍ଲାରେ ବର୍ଷା । ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ରେ ବର୍ଷା ଆଶଙ୍କା ରହିଛି। ଆସନ୍ତାକାଲି ଓ ଶୁକ୍ରବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ।

ଅନ୍ୟପଟେ ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ। ଆଜି ସକାଳ ସାଢେ ୮ଟା ଯାଏ ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳକୁ ୱାର୍ଣ୍ଣିଂ ଜାରି ହୋଇଛି । ଘନକୁହୁଡ଼ି ପାଇଁ ଆସନ୍ତାକାଲି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଘନ କୁହୁଡ଼ି ପାଇଁ ସ୍ବତନ୍ତ୍ର ରିଲିଫ କମିସନର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.