ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ତାତି ଭିତରେ ବର୍ଷା ଆଶଙ୍କା । ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ଝାରସୁଗୁଡା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡଘଡି ସହ ବର୍ଷା ହୋଇପାରେ ।

ଭୁବନେଶ୍ୱର (କେନ୍ୟୁଜ): ତାତି ଭିତରେ ବର୍ଷା ଆଶଙ୍କା । ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ଝାରସୁଗୁଡା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତାକାଲି ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

 

ତେବେ ଗତକାଲି ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଛୁଇଁଛି । ଏହାବ୍ୟତୀତ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ଭୁବନେଶ୍ୱରରେ ୩୬.୮ ଓ ବଲାଙ୍ଗୀରରେ ୩୬.୭ ଡିଗ୍ରୀ ରେକର୍ଡ ହୋଇଛି । ନୟାଗଡ଼ରେ ୩୬.୫, ସୋନପୁରରେ ୩୬.୨, ଟିଟିଲାଗଡ଼ ଓ ଭବାନୀପାଟଣାରେ ୩୬ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳରେ ୩୫.୭, ଜଗତ୍‌ସିଂହପୁରରେ ୩୫.୫, ରାୟଗଡ଼ାରେ ୩୫.୪, ବୌଦ୍ଧରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.