WTC ପଏଣ୍ଟ ଟେବୁଲ : ପୁଣି ନଂ ୧ ସ୍ଥାନ ହାସଲ କଲା ଭାରତ, ଖସିଲା ନ୍ୟୁଜିଲାଣ୍ଡ

ଭାରତୀୟ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଭାରତୀୟ ଟିମ୍‌ ୬୪.୫୮ ପଏଣ୍ଟ ସହିତ ପ୍ରଥମ ସ୍ଥାନ ହାସଲ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ହାରିବା ପରେ ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରୁ ତଳକୁ ଖସିଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।

ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୭୨ ରନରେ ହରାଇଛି । ଏହାସହିତ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ଟିମର ବୋଲର ଏବଂ ବ୍ୟାଟର କମାଲ ପ୍ରଦର୍ଶନ କରିଥିଲେ । କ୍ୟାମେରୁନ ଗ୍ରୀନଙ୍କ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ଟିମ୍‌ ଫାଇଦାରେ ରହିଛି । ସେ ୧୭୪ ରନ ଇନିଂସ ଖେଳିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିବା ଯୋଗୁଁ ଭାରତକୁ ଫାଇଦା ହୋଇଛି । ଭାରତୀୟ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଫଳରେ ନ୍ୟୁଜିଲାଣ୍ଡ ତଳକୁ ଖସିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ହାରିବା ପରେ ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରୁ ତଳକୁ ଖସିଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଭାରତୀୟ ଟିମ୍‌ ନମ୍ବର ୧ ସ୍ଥାନ ହାସଲ କରିଛି । ହାରିବା ପରେ ନ୍ୟୁଜିଲାଣ୍ଡ ୬୦ ପ୍ରତିଶତ ପଏଣ୍ଟ ତଳକୁ ଖସିଛି । ଭାରତୀୟ ଟିମ୍‌ ୬୪.୫୮ ପଏଣ୍ଟ ସହିତ ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ପଏଣ୍ଟ ୫୯.୦୯ ରହିଛି ।


ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୩-୨୫ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳିଛି । ଏଥିରେ ଭାରତ ୫ଟିରେ ବିଜୟ ପାଇଛି । ଅନ୍ୟ ୨ଟି ହାରିଛି । ଏକ ଟେଷ୍ଟ ମ୍ୟାଚ ଡ୍ର ହୋଇଛି । ଭାରତୀୟ ଟିମ୍‌ ଏବେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଏଥିରେ ଭାରତ ୩-୧ରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.