Below header

ଯାଜପୁର : ରଜ କୁଇନ୍‌ ମୁକୁଟ ପିନ୍ଧିଲେ ସୂଚୀସ୍ମିତା ରାୟ

ଯାଜପୁର ଜିଲ୍ଲା ଧର୍ମଶାଳା କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ପ୍ରୟାସରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଧର୍ମଶାଳା ରଜ କୁଇନ ପ୍ରତିଯୋଗିତା ଉଦଯାପିତ

ଯାଜପୁର (କେନ୍ୟୁଜ୍‌) : ଓଡିଶାର ଗଣପର୍ବ ହେଉଛି ରଜ ଖାଲି ଆଣି ଦେଇନି ଦୋଳି, ପିଠା, ମିଠା କି ପାନର ସୁଆଦ । ଅନେକ ମନୋରଞ୍ଜନ ଓ ପ୍ରତିଯୋଗିତାର ଆୟୋଜନ ହୋଇଛି ଏଇ ରଜରେ । ଯାଜପୁର ଜିଲ୍ଲା ଧର୍ମଶାଳା କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ପ୍ରୟାସରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଧର୍ମଶାଳା ରଜ କୁଇନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସୂଚୀସ୍ମିତା ରାୟ ବିଜୟିନୀ ସାଜି ରଜ ମୁକୁଟ ପିନ୍ଧିଛନ୍ତି ।

ପ୍ରତିଯୋଗିତାରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ୫୪ ଗୋଟି ପଞ୍ଚାୟତରୁ ମୋଟ ୧୮୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ନୃତ୍ୟ, ସଙ୍ଗୀତ, ବକ୍ତୃତା, ଏକକ ଅଭିନୟ ଓ ରାମ୍ପ ସୋ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପଞ୍ଚାୟତ ସ୍ତରରୁ ଭାଗ ନେଇଥିବା ୧୮୩୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୩ ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ଶେଷରେ ରଜ କୁଇନ ବିଜୟ ମୁକୁଟ ପିନ୍ଧିଥିଲେ ଅରେଇକଣା ପଞ୍ଚାୟତରେ ସୂଚୀସ୍ମିତା ରାୟ । ବିଚାରକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ଦୀପକ କୁମାର, ଅଭିନେତ୍ରୀ ଶୀତଲ ଓ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ପ୍ରମୁଖ ଯୋଗ ଦେଇଥିଲେ ।

ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ଠାରେ ରଜ କୁଇନ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ପର୍ଯ୍ଯାୟକୁ ଉନ୍ନୀତ ହୋଇଥିବା ୧୩ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଉଦଯାପନୀ ସମାରୋହରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋଠାବାଡ଼ି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଧର୍ମଶାଳା ଗାର୍ଲସ ଉଇଙ୍ଗ ସଂଗଠନ ଜରିଆରେ ଗ୍ରାମାଞ୍ଚଳରେ ରହିଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଫାଉଣ୍ଡେସନ୍‌ର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ । ଶେଷରେ ରଜ କୁଇନ ବିଜେତାଙ୍କୁ ଅତିଥିମାନେ ରଜ ମୁକୁଟ ପିନ୍ଧାଇବା ସହ ପୁରସ୍କାର ପ୍ରଦାନ କରିଥିଲେ । ଏହି ରଜ କୁଇନ ଉତ୍ସବ ଆୟୋଜନ ହେବା ଦ୍ୱାରା ଗ୍ରାମାଞ୍ଚଳର ଯୁବତୀମାନେ ଘରୁ ବାହାରି ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶିତ କରିପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.