ଭିତରକନିକା ପେଣ୍ଠ ବେଳାଭୂମିର ବିକାଶ ଓ ବାତ୍ୟା ୟାସ୍‌ ଦ୍ୱାରା କ୍ଷତିଗ୍ରସ୍ତ ତଟବନ୍ଧର ସୁରକ୍ଷା ନେଇ ବିଧାନସଭାରେ ରାଜନଗର ବିଧାୟକଙ୍କ ପ୍ରଶ୍ନ

ଭୁବନେଶ୍ୱର(କେନ୍ୟୁଜ୍‌) : ବିଧାନସଭାରେ ଦ୍ୱିତୀୟ ଦିନର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଅଣତାରକା ପ୍ରଶ୍ନ ୧୨୧ ରେ ପ୍ରଶ୍ନ କରିଥିଲେ । ଚଳିତ ବର୍ଷ ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ସରକାରଙ୍କ କ’ଣ ଯୋଜନା ରହିଛି । ବିଶେଷକରି ପେଣ୍ଠ ବେଳାଭୂମିର ବିକାଶ ଓ ସେଠାରେ Eco-Retreat ଆୟୋଜନ କରାଯିବାର କାର୍ଯ୍ୟକ୍ରମ ନେଇ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି କି ବୋଲି ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତିକରଣ ପାଇଁ ମାଷ୍ଟର ପ୍ଲାନ୍‌ ଓ ଇନ୍‌ଫ୍ରା ଗ୍ୟାପ୍‌ ଆସେସମେଣ୍ଟ ମାଧ୍ୟମରେ ପଦକ୍ଷେପ ନିଆଯାଉଛି । ଭିତରକନିକା ପେଣ୍ଠ ବେଳାଭୂମି ଠାରେ ୨୦୨୧ ଠାରୁ ୨୦୨୬ ମସିହା ପର୍ଯ୍ୟନ୍ତ Eco-Retreat ଆୟୋଜନ କରାଯିବା ନିମନ୍ତେ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି । ଏହାଛଡ଼ା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ପେଣ୍ଠ ବେଳାଭୂମି ଠାରେ ଜମି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ।

dhruba sahoo

ସେହିପରି ୟୁଡ଼ି ପ୍ରଶ୍ନ ୨୨୧ ଅନୁଯାୟୀ ବିଧାୟକ ଧ୍ରୁବ ସାହୁ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବାତ୍ୟା ୟାସ୍‌ ଦ୍ୱାରା ରାଜ୍ୟରେ ଏବଂ ରାଜନଗର ନିର୍ବାଚନ ମଣ୍ଡଳୀରେ କେତେ ତଟ ବନ୍ଧ କ୍ଷତିଗ୍ରସ୍ତ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଏବଂ କ୍ଷତିଗ୍ରସ୍ତ ତଟବନ୍ଧର ନିର୍ମାଣ ନେଇ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ରାଜ୍ୟରେ ମୋଟ ୨୫୩.୬୫ କି.ମି ତଟବନ୍ଧ କ୍ଷତିଗ୍ରସ୍ତ ହୋଇଛି । ସେଥିମଧ୍ୟରୁ ରାଜନଗରରେ ମୋଟ ୮୪.୬୫ କିମି ତଟବନ୍ଧ କ୍ଷତିଗ୍ରସ୍ତ ହୋଇଛି । ଉକ୍ତ କାର୍ଯ୍ୟଗଡ଼ିକର ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.