ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଗ୍ନିପଥ ଯୋଜନା ଦ୍ବାରା ସଶସ୍ତ୍ର ବାହିନୀରେ ଯୋଗ ଦେଇପାରିବେ

କେନ୍ୟୁଜ୍(ବ୍ୟୁରୋ):ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି । ଏଥିରେ ଯୁବକମାନଙ୍କୁ ସ୍ୱଳ୍ପ ଅବଧିର ଚାକିରିର ସୁଯୋଗ ମିଳିବ । ଏହି ଯୋଜନାରେ ଯୁବଶକ୍ତି ସଶସ୍ତ୍ର ବାହିନୀରେ ଯୋଗ ଦେଇ ଦେଶର ସେବା କରିପାରିବେ। ଏଥିପାଇଁ ଆବେଦନକାରୀଙ୍କ ବୟସ ସାଢେ ୧୭ବର୍ଷରୁ ୨୧ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ନାମାଙ୍କନ ସେବା ଅଧିନିୟମରେ ୪୫ହଜାର ଯୋଗ୍ୟ ପ୍ରାର୍ଥୀ ୪ବର୍ଷ ଚାକିିରି କରି ପାରିବେ । ଯୋଗ୍ୟତା ଓ ୪ ବର୍ଷର ସେବା କାଳରେ ପ୍ରଦର୍ଶନ କରିଥିବା ଦକ୍ଷତା ଆଧାର କେନ୍ଦ୍ରୀୟ ଓ ପାରଦର୍ଶିତାର ମୂଲ୍ୟାୟନ ହେବ । ଏହି ଯୋଜନାରେ ଚୟନ ହୋଇଥିବା ଯୋଗ୍ୟ ପ୍ରାର୍ଥିଙ୍କୁ ଅଗ୍ନିବୀର କୁହାଯିବ।

ଅଗ୍ନିବୀରଙ୍କୁ ପ୍ରଥମ ବର୍ଷ ୩୦ରୁ ୪୦ ହଜାର ଦରମା ଓ ଅନ୍ୟାନ୍ୟ ଭତ୍ତା ସହ ୪ଲକ୍ଷ ୭୬ ହଜାର ପ୍ୟାକେଜରେ ଯୋଗ ଦେବେ ଅଗ୍ନିବୀର । ୪ର୍ଥ ବର୍ଷ ବେଳକୁ ଦରମା ୬ଲକ୍ଷ ୯୨ହଜାରକୁ ବୃଦ୍ଧି ପାଇବ । ୪ ବର୍ଷର ଚାକିରି କାଳ ଶେଷ ହେବା ପରେ ନିଜ ଭାଗ ଓ ସୁଧ ସହ ଆନୁମାନିକ ୧୧ ଲକ୍ଷ ୭୦ ହଜାର ଟଙ୍କା ପାଇବା। ଅଗ୍ନିବୀରଙ୍କ ଅବସର ପରେ ବିଭିନ୍ନ ସୁବିଧା ସୁଯୋଗ ନେଇ କେନ୍ଦ୍ର ସରକାର ସେବାନିଧି ଯୋଜନା ଘୋଷଣା କରିଛନ୍ତି । ସେବାନିଧି ଯୋଜନାକୁ ଆୟକର ମୁକ୍ତ କରାଯିବ। ଅଗ୍ନିବୀରଙ୍କୁ ଭାରତୀୟ ସଶସ୍ତ୍ର ବାହିନୀରେ ସେମାନଙ୍କ ସେବା ପାଇଁ ୪୮ ଲକ୍ଷ ଅଣ ଅଂଶୀଦାର ଜୀବନ ବୀମା ପ୍ରଦାନ କରାଯିବ।

୪ ବର୍ଷ ପରେ ୨୫ ପ୍ରତିଶତ ଯୋଗ୍ୟ ଓ ନିପୁଣ ଅଗ୍ନିବୀରଙ୍କୁ ସେନାରେ ପୁଣି ଥରେ ଚାକିରି କରିବାକୁ ସୁଯୋଗ ପ୍ରଦାନ କରାଯିବ। ହେଲେ ଅଗ୍ନବୀରଙ୍କୁ ଗ୍ରାଚୁଇଟି ଓ ପେନ୍‌ସନ ଲାଭ ପାଇପାରିବେ ନାହିଁ । ବର୍ତ୍ତମାନ ସେନା ଯବାନଙ୍କ ହାରାହାରି ବୟସ ୩୨ବର୍ଷ ବୟସ ରହିଥିବା ବେଳେ ଅଗ୍ନିବୀର ଯୋଜନା ପ୍ରଣୟନ ହେବା ପରେ ହାରାହାରି ବୟସ ୨୬ ବର୍ଷକୁ ଖସି ଆସିବ। ଦେଶ ସେବା ଅବଧି ମଧ୍ୟରେ ଅଗ୍ନିବୀରଙ୍କୁ ବିଭିନ୍ନ ସୈନ୍ୟ କୌଶଳ, ଅନୁଭବ, ଅନୁଶାସନ, ଶାରୀରିକ ଦକ୍ଷତା, ନେତୃତ୍ୱ ନେବାର ଦକ୍ଷତା ଓ ସାହସ ଏବଂ ଦେଶପ୍ରେମ ପାଇଁ ପ୍ରଶିିକ୍ଷଣ ପ୍ରଦାନ କରାଯିବ ।

ଅଗ୍ନିବୀର ପ୍ରାପ୍ତ କରିଥିବା କୌଶଳ ପାଇଁ ସେମାନଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ । ଗତ କିଛି ବର୍ଷ ଧରି ପ୍ରତିରକ୍ଷା ବିଭାଗକୁ ଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତୀୟ ସେନାକୁ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା କରିବାକୁ ଅଗ୍ନିପଥ ଯୋଜନା ପ୍ରଣୟନ ହେଉଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.