୩ୟ ଥର ରିମାଣ୍ଡରେ ଯିବ ରମେଶ ! ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିବ ପିଙ୍କ ଟିମ୍

କେନ୍ଯୁଜ୍: ଅପେରସନ ପିଙ୍କ୍ ଡାକ୍ତର। ଠକ ରମେଶକୁ ତୃତୀୟ ଥର ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପିଙ୍କ ଟିମ୍। ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ କରିବ ଆବେଦନ। ଗୌହାଟିର ମହିଳାଙ୍କୁ ବିବାହ କରି ୨୧ ଲକ୍ଷ ଠକିଥିଲେ ରମେଶ।
ସେହିପରି ଜଣେ ଠିକାଦାରଙ୍କୁ ୭୦ ହଜାର ଠକିଥିବା ନେଇ ପାହାଳ ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ୨ଟି ପର୍ଯ୍ୟାୟରେ ୮ ଦିନିଆ ରିମାଣ୍ଡରେ ଆସିଥିଲା ରମେଶ। ନକଲି ଡାକ୍ତର ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ୧୫ଟି ମାମଲା ରୁଜୁ ହୋଇଛି।