ପୁଷ୍ପା ଫିଲ୍ମ ପରେ ଅକ୍ଷୟଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଟାଇଟଲ ଗୀତରେ ଜବରଦସ୍ତ ଲିପସିଂ ଓ୍ଵାର୍ଣ୍ଣର, ଦେଖନ୍ତୁ ଭିଡିଓ

ବଲିଉଡ ଫିଲ୍ମର କ୍ରେଜ ଆଜିକାଲି ବିଦେଶରେ ଦେଖିବାକୁ ମିଳୁଛି। ତାଞ୍ଜାନିଆ ଭାଇ ଭଉଣୀ ହିନ୍ଦୀ ଗୀତରେ ଲିପିସିଂ ଏବଂ ଡ୍ୟାନ୍ସ କରି ବହୁ ଲୋକପ୍ରିୟ ହୋଇସାରିଲେଣି। ଏବେ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ଵାର୍ଣ୍ଣର ମଧ୍ୟ ସେହି ରାସ୍ତାରେ ଯାଉଛନ୍ତି। କ୍ରିକେଟ ଯୋଗୁଁ ଓ୍ଵାର୍ଣ୍ଣର ଯେତିକି ଲୋକପ୍ରିୟ ହୋଇନଥିଲେ, ବଲିଉଡ ଫିଲ୍ମର ଡାଇଲଗରେ ଭିଡିଓ କରି ସେତିକି ଲୋକପ୍ରିୟ ହୋଇଥିଲେ। ନିକଟରେ ଅଲୁ ଅୁର୍ଜନଙ୍କ ଫିଲ୍ମ ‘ପୁଷ୍ପା’ର ଡାଇଲଗ ଏବଂ ଆକ୍ସନ କରୁଥିବା ଭିଡିଓ ଜବରଦସ୍ତ ଭାଇରଲ ହୋଇଥିଲା। ଏବେ ଆଉ ଏକ ବଲିଉଡ ଫିଲ୍ମର ଡାଇଲଗ କହୁଥିବା ଭିଡିଓ ଓ୍ଵାର୍ଣ୍ଣରଙ୍କ ଭାଇରଲ ହେଉଛି।

ଭାଇରଲ ହେଉଥିବା ଭିଡିଓରେ ଓ୍ଵାର୍ଣ୍ଣର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଟାଇଟଲ ଗୀତରେ ଜବରଦସ୍ତ ଲିପସିଂ କରୁଥିବା ନଜର ଆସିଛନ୍ତି। ଏହା ସହିତ ଆକ୍ସନ କରି ମଧ୍ୟ ଦେଖାଉଛନ୍ତି। ଓ୍ଵାର୍ଣ୍ଣରଙ୍କ ଉପରେ ସଂପୂର୍ଣ୍ଣ ଭାବେ ବଲିଉଡ ନିଶା ରହିଛି। ଆଉ ଏହି ଭିଡିଓକୁ ଦେଖି ଭାରତୀୟ ଫ୍ୟାନ୍ସ ଚକିତ ହେଉଛନ୍ତି।

 

View this post on Instagram

 

A post shared by David Warner (@davidwarner31)

ଏହି ଭିଡିଓକୁ ଓ୍ଵାର୍ଣ୍ଣର ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୨.୩ ମିଲିଅନ ଅର୍ଥାତ୍‌ ୨୩ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ପାଖାପାଖି ୪ ଲକ୍ଷ ଲୋକ ଏହାକୁ ଲାଇକ୍‌ ମଧ୍ୟ କରିସାରିଲେଣି। ଲୋକେ ଭିଡିଓ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।

Also Read : ଭେଙ୍କଟେଶ ଆୟରଙ୍କ ପ୍ରାଇଭେଟ ପାର୍ଟରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଧରିଲେ କ୍ୟାଚ୍‌: ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.