ଅଭିଯୁକ୍ତକୁ ଧରିଲା ପୋଲିସ୍‌, ଯାହା ନାଁରେ ଥିଲା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ

ବରଗଡ଼ (କେନ୍ୟୁଜ୍‌) : ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ବରଗଡ଼ ସଦର ଥାନାରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହେଲେ ପୀଡିତା ଓ ପରିବାର ଲୋକେ । ଏତଲା ପରେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏଵଂ ଦୁଷ୍କର୍ମ କରାଯାଇଥିବା ବରଗଡ଼ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ୍‌ କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ଥାନା ଅଧିକାରୀ ବିରଳ ଚନ୍ଦ୍ର ସହିସ ସୂଚନା ଦେଇଛନ୍ତି ।

ଗତ ୧୮ ତାରି ଦିନ ଟାଉନ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ପରେ ମାମଲାକୁ ଟାଉନ୍‌ ଥାନାରୁ ସଦର ଥାନାକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତ ଗିରଫ ହେବା ପରେ ତାକୁ ପକସୋ ଧାରାରେ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ନାବାଳିକା ଜଣକ ଭେଡେନ ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଅତାବିରା ବ୍ଲକ ଜହ୍ନପଡାର ଯୁବକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.