Below header

ଧବଳେଶ୍ୱର ପୀଠରେ ବଡ଼ଓଷା ଓ ପଞ୍ଚକ ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ(କେ ନ୍ୟୁଜ):  ଧବଳେଶ୍ୱର ପୀଠରେ ବଡ଼ଓଷା ଓ ପଞ୍ଚକ ବ୍ରତ ପାଇଁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚକ ବ୍ରତ ଆସନ୍ତା ୧୫ ତାରିଖରୁ ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ । ପୀଠରେ ୧୭ ତାରିଖ ଦିନ ବଡ଼ଓଷା ପାଳନ କରାଯିବ । ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ କରାଯାଇ ପରଦିନ ୧୮ ତାରିଖରେ ଗଜଭୋଗ ବିତରଣ କରାଯିବ । ଡିସେମ୍ବର ମାସର କୋଭିଡ ଗାଇଡ୍‌ଲାଇନ ଆସିଲେ ଯାତ୍ରା ହେବା ନେଇ ନିଆଯିବ ନିଷ୍ପତ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ସ୍ୱାସ୍ଥ୍ୟ,ପରିମଳ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

ପୂର୍ବ ବର୍ଷ ପରି ଚଳିତ ବର୍ଷ ଝୁଲାପୋଲର ମାହାସୁଲ ପାଞ୍ଚ ଟଙ୍କା ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ କୋଡ଼ିଏ ପ୍ଲାଟୁନ ଫୋର୍ସ ସହିତ ତିନି ଜଣ ଆଡିସନାଲ ଏସ୍‌ ପି, ଚବିଶ ଜଣ ଇନ୍ସପେକ୍ଟର ଓ ଏକାଅଶୀ ଜଣ ସବ୍‌ ଇନ୍ସପେକ୍ଟରଙ୍କ ସମେତ ସାଦା ପୋଷାକରେ ପୋଲିସ ମୁତୟନ ହେବେ । ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ ପ୍ରଥମ ଦୁଇ ଦିନ ଚନ୍ଦ୍ର ମଉଳି ବେଶ ହେବାକୁ ଥିବା ବେଳେ ବଡ଼ଓଷା ଦିନ ବଡ ସିଂହାର ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶ ରେ ମହାପ୍ରଭୁ ଧବଳେଶ୍ୱର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.