ପାରାଦୀପ: ଜାଲରେ ପଡ଼ିଲା ବିରଳ କଇଁଛ, ଯାହାର ଲାଞ୍ଜ ଅଛି

ପାରାଦୀପ (କେନ୍ୟୁଜ୍‌) : ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ । ସାଧାରଣ କଇଁଛଟି ଲୋକଙ୍କୁ ଦେଖି ଲାଜରେ ମୁହଁ ଲୁଚାଇ ଦେଉଥିବା ବେଳେ ଏହି ବିରଳ କଇଁଛଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର । ଲୋକ ଗହଳିରେ ବି ତାଠାରେ କୌଣସି ଭୟର ଲକ୍ଷଣ ଦେଖା ଗଲାନାହିଁ ।
ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବରେ ଚଲାବୁଲା କରୁଥିବା ସମୟରେ ଦେଖା ଯାଇଛି କି କଇଁଛଟିର ଦୁଇ ଇଞ୍ଚ ଲମ୍ବର ଏକ ଲାଞ୍ଜ ରହିଛି ।

କଇଁଛଟିର ପିଠି ପଟ ମଧ୍ୟ ଚିତ୍ରବିଚିତ୍ର । ଏଭଳି କଇଁଛ ଆଗରୁ ସେମାନେ କେବେବି ଦେଖି ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।ଆଜି ସକାଳ ସମୟରେ ପାରାଦୀପ ମଧୁବନ ନିକଟ ଜଗନ୍ନାଥ ମନ୍ଦିର ପାଖରେ ଏହି କଇଁଛଟିଦେଖିବାକୁ ମିଳିଥିଲା । କପିଳଜୋରିରେ ବଙ୍ଗାଳିପଡାର ବିଶ୍ୱଜିତ ପାତ୍ର ଭଉଁରୀ ମାଛ ଧରୁଥିବା ସମୟରେ ଏହି ବରଳ ପ୍ରଜାତିର କଇଁଛଟି ଜାଲରେ ପଡିଥିଲା ।

ତେବେ ସ୍ଥାନୀୟ ବାସିନ୍ଦା ଏହି କଇଁଛଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ବନବିଭାଗକୁ ଖବର ଦେଇଥିଲେ । ଅବଶ୍ୟ ଏହି ପ୍ରଜାତିର କଇଁଛ ସାଧାରଣତଃ ମହାନଦୀ ଉପକୂଳ ଅଂଚଳରେ ଦେଖିବାକୁ ମିଳେ ବୋଲି ଜଙ୍ଗଲ ବିଭାଗ କର୍ମଚାରୀ କହିଛନ୍ତି । ସେମାନେ କଇଁଛଟିକୁ ଉଦ୍ଧାର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.