ଯାଜପୁର ମଙ୍ଗଳପୁର-ନାରୀଗାଁ ମୁଖ୍ୟ ରାସ୍ତାର ପାଲଟପୁର ନିକଟରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ ଅଞ୍ଚଳରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି। ବ୍ଲକର ମଙ୍ଗଳପୁର- ନାରୀଗାଁ ମୁଖ୍ୟ ରାସ୍ତାର ପାଲଟପୁର ନିକଟରୁ ସମାଜସେବୀ ସରୋଜ ବିଶ୍ୱାଳ ଗୁରୁବାର ମଧ୍ୟରାତ୍ରୀରେ ଏହି କଇଁଛଟିକୁ ଉଦ୍ଧାର କରିଛନ୍ତି। ଶ୍ରୀ ବିଶ୍ୱାଳ ବାଇକରେ ଯାଉଥିବାବେଳେ କଇଁଛଟି ରାସ୍ତା ପାର ହେଉଥିଲା। ଶୁଖିଲା ରାସ୍ତାରେ ଚାଲୁଥିବା କଇଁଛଟି ଦୁର୍ଘଟଣା ଶୀକାର ହୋଇପାରେ କିମ୍ବା ଣିକାରୀ ହାବୁଡ଼ରେ ପଡିପାରେ ବୋଲି ଆଶଙ୍କା କରି ସେ କଇଁଛଟିକୁ ଘରକୁ ନେଇଆସି ବନ ବିଭାଗକୁ ଖବର ଦେଇଥିଲେ।
ଏହି କଇଁଛଟି ଅନ୍ୟ କଇଁଛଙ୍କ ଠାରୁ ଭିନ୍ନ। ଅନ୍ୟ କଇଁଛଙ୍କ ପରି ଏହାର ପିଠି ସମତଳ ନହୋଇ ପିରାମିଡ୍ ଆକୃତିର। ଯେଉଁଥିରେ କି ବିଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ତେବେ ଏହି ବିରଳ ପ୍ରଜାତିର କଇଁଛଟିକୁ ସୁରକ୍ଷିତ ରଖାଯିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ସେପଟେ ଉଦ୍ଧାରକଇଁକୁ ନେବା ପାଇଁ ବନ୍ୟ ବିଭାଗକୁ ଖବର ଦିଆଯାଇଛି।