ମେସେଜିଂ ଆପ୍ ହ୍ୱାଟ୍ସଆପ ଆଣୁଛି ନୂଆ ଫିଚର: ଏଣିକି ଗ୍ରୁପରେ ମେସେଜ କଲେ ଦେଖାଯିବ ପ୍ରୋଫାଇଲ୍ ଫଟୋ

ହ୍ୱାଟ୍ସଆପ ଆଣିପାରେ ନୂଆ ଫିଚର । ୟୁଜର୍ସଙ୍କ ଏକ୍ସପିରିୟନ୍ସକୁ ଉନ୍ନତ କରିବା ସହିତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ। ଏହା ଷ୍ଟେବଲ ଭର୍ଜନରେ ଆସିବା ପୂର୍ବରୁ ଏହାକୁ ଡେଭଲପର୍ସ ବିଟା ଭର୍ଜନରେ ଟେଷ୍ଟ କରିଥାନ୍ତି । ବିଟା ଭର୍ଜନରେ ଏକ ନୂଆ ଫିଚର ଦେଖିବାକୁ ମିଳିଛି, ଯାହା ଆଗାମୀ ସମୟରେ ଷ୍ଟେବଲ ଭର୍ଜନରେ ଦେଖିବାକୁ ମିଳିପାରେ ।

ବର୍ତ୍ତମାନ ଗ୍ରୁପ ଚାଟ୍ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଏଥିରେ ୟୁଜର ମେସେଜ କଲେ ତାଙ୍କ ନମ୍ବର ଓ ନାଁ ଆସିଥାଏ । ହେଲେ ଆଗାମୀ ଅପଡେଟରେ ଏହା ବଦଳିବାକୁ ଯାଉଛି । ଏହି ଫିଚର ଅପଡେଟ ହେଲା ପରେ ଗ୍ରୁପରେ ମେସେଜ କରିବା ପରେ ଆପଣଙ୍କ ନମ୍ବର ସହ ଫଟୋ ଦେଖାଯିବ । ବର୍ତ୍ତମାନ ହ୍ୱାଟ୍ସଆପ ଏହି ଫିଚର ଉପରେ କାମ କରୁଛି । ବର୍ତ୍ତମାନ ଏହି ଫିଚର ବିଟା ଟେଷ୍ଟିଂ ମୋଡରେ ରହିଛି। ଏହା ସଫଳ ହେଲେ ଲାଗୁ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

wp

ପୂର୍ବରୁ ହ୍ୱାଟ୍ସଆପରେ ଗ୍ରୁପ୍ ଚାଟ କଲେ ଗ୍ରୁପ ସଦସ୍ୟଙ୍କର ନମ୍ବର କିମ୍ବା ସେଭ୍ ଥିବା ନାଁ ଦେଖାଯାଏ। ହେଲେ ଏବେ ଚାଟ୍ ସହ ଗ୍ରୁପ ସଦସ୍ୟଙ୍କର ଫଟୋ ବି ଦେଖାଯିବ। ଅର୍ଥାତ୍ ଗ୍ରୁପରେ ମେସେଜ କରିବା କିମ୍ବା ରିପ୍ଲାଏ କରୁଥିବା ବ୍ୟକ୍ତିଙ୍କ ଫଟୋ ମଧ୍ୟ ଅନ୍ୟ ସଦସ୍ୟମାନଙ୍କୁ ଦେଖାଯିବ। ହ୍ୱାଟ୍ସଆପର ଲାଟେଷ୍ଟ ଫିଚର ବର୍ତ୍ତମାନ ଆଇଓଏସ ବିଟା ବର୍ଜନ ୨୨.୧୮.୦.୭୨ରେ ଦେଖିବାକୁ ମିଳିଛି । ଏହାର ସ୍କ୍ରିନସଟ୍ ଡବ୍ଲୁଏବିଟାଇନଫୋ ଜାରି କରିଛି । ଯଦି ୟୁଜର ଡିପି ଦେଇନଥିବେ କିମ୍ବା ପ୍ରାଇଭେସି ସେଟିଙ୍ଗ ଯୋଗୁଁ ଦେଖାଯାଉନଥିବ ତେବେ ସେଠାରେ ଡିଫଲ୍ଟ ଆଇକନ ସୋ କରିବ । ଏହାଦ୍ୱାରା ଆପଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନିପାରିବେ। ଅନେକ ସମୟରେ ସମାନ ନାମ ଥିବା ବ୍ୟକ୍ତିଙ୍କୁ ଚିହ୍ନିବାରେ ଦ୍ୱଦ୍ୱ ପଡିଯାନ୍ତି। କିନ୍ତୁ ଏହି ଅପଡେଟ୍ ପରେ ଗ୍ରୁପର ସଦସ୍ୟଙ୍କ ମେସେଜ୍ ସହ ତାଙ୍କୁ ଚିହ୍ନିବି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.