ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ, ମାଡିଗଲା ଟ୍ରକ୍! ଆଖି ବୁଜିଲେ ୨ସାଙ୍ଗ

ବ୍ରହ୍ମପୁର(କେନ୍ୟୁଜ୍): ଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ୫ ସାଙ୍ଗ , ମାଡିଗଲା ଟ୍ରକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ସାନଘାଟି ଠାରେ ମର୍ମନ୍ତୁଦ ଦୁର୍ଘଟଣା । ୨ଟି ବାଇକରେ ରାତି ୧୨ଟାରେ ଯାତ୍ରା ସ୍ଥଳ ଅଭିମୁଖେ ବାହାରିଥିଲେ ୫ ଯୁବକ । ଏକ ଟ୍ରକ୍‌ ପଛରୁ ପିଟି ଦେବାରୁ ଆଖି ବୁଜିଲେ ୨ସାଙ୍ଗ । ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଟ୍ରକ୍‌ଟି କିଛି ବାଟ ଯିବା ପରେ ଓଲଟି ପଡ଼ିବାରୁ ଡ୍ରାଇଭର ଜଣଙ୍କ ବି ଗୁରୁତର ହୋଇଛନ୍ତି । ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ରହିଯାଇଥିବା ବେଳେ ଦୀର୍ଘ ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ କ୍ୟାବେନି କାଟି ଡ୍ରାଇଭରକୁ ଉଦ୍ଧାର କରିଛି। ଉଭୟ ଦୁର୍ଘଟଣା ସ୍ଥଳରେ ହାଇୱେ ପୋଲିସ ଏବଂ ଖଲ୍ଲିକୋଟ ପୋଲିସ ପହଞ୍ଚି ସମସ୍ତ ଆହତ ଖଲ୍ଲିକୋଟ ମେଡିକାଲ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ କମଳାପଦର ଗାଁର ଦିଲ୍ଲୀପ ପାହାନ ଓ ବେଛେଲୁ ଗାଁର ଶ୍ରୀକାନ୍ତ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.