ସୋର ଗଣ୍ଡତରା ଗ୍ରାମରେ ଅଭାବନୀୟ ଘଟଣା: ନିମ୍ବ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ସୋର(କେନ୍ୟୁଜ୍): ନିମ୍ବ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ। ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଗଣ୍ଡତରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ମୃତକ ଜଣକ ସେହି ଗ୍ରାମର ସୁଦାମ ମହାକୁଡଙ୍କ ପୁଅ ମାନସ। ମୃତଦେହ ଗାଁ ଶେଷ ମୁଣ୍ଡ ବିଲରେ ଥିବା ଏକ ନିମ୍ବ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମାନସ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ତେବେ ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ଖଵର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।