ବାରିପଦାରେ ଆଜି ଗଡ଼ିବ ରଥ : ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେବେ ମହିଳା ଭକ୍ତ

ବାରିପଦାରେ ଆଜି ଗଡ଼ିବ ରଥ । ପୁରୀ ରଥଯାତ୍ରା ପରଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା । ଆଜି ଦିନ ସାଢ଼େ ୨ଟାରେ ଆରମ୍ଭ ହେବ ରଥଟଣା ।

ବାରିପଦା (କେନ୍ୟୁଜ): ବାରିପଦାରେ ଆଜି ଗଡ଼ିବ ରଥ । ପୁରୀ ରଥଯାତ୍ରା ପରଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା । ଆଜି ଦିନ ସାଢ଼େ ୨ଟାରେ ଆରମ୍ଭ ହେବ ରଥଟଣା ।

ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ। ପୁରୀ ରଥ ଯାତ୍ରାର ପର ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ। ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଗତକାଲି ପରିଛାଙ୍କ ଦ୍ଵାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ଶହ ଶହ ଭକ୍ତଙ୍କ ଗହଳି ଭିତରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି।

ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ । ଏହାପରେ କେବଳ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ । ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ ଏବଂ ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.