ଚାଲିଛି ରଥଯାତ୍ରା ପ୍ରସ୍ତୁତି : ଏଥର ଭୁବନେଶ୍ୱରର ୪୩ଟି ସ୍ଥାନରେ ଗଡିବ ରଥ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରର ୪୩ଟି ସ୍ଥାନରେ ଏଥର ଗଡିବ ରଥ । ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରେ ଚାଲିଛି ରୂପକାରଙ୍କ ଶେଷ ସ୍ପର୍ଷ । ସେପଟେ ବିଏମସି ପକ୍ଷରୁ ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କରିବାକୁ ସରିଛି ପ୍ରସ୍ତୁତି ବୈଠକ । ସହରର ସବୁଠାରୁ ବଡ଼ ରଥ ଇସ୍କନ ମନ୍ଦିର ପକ୍ଷରୁ ହୋଇଥାଏ । ଇସ୍କନ ମନ୍ଦିର ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରଥ ଗଡ଼ିବା ସମୟରେ ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ଅଧିକ ରହିଥାଏ । ଏଣୁ ଟାଟା ପାୱାର ସହ ଏ ନେଇ ଆଲୋଚନା ହୋଇଥିବା ମେୟର କହିଛନ୍ତି । ସେହିଭଳି ରଥ ଯୋଗୁ ଗଛ କଟା, ଟ୍ରାଫିକ ସମସ୍ୟା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି ମେୟର ସୁଲୋଚନା ଦାଶ । ସେହିଭଳି ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ହୋଇଥାଏ । ସେଠାରେ କିଭଳି ଜଳ ନିଷ୍କାସନ ହେବ ଏବଂ ଭକ୍ତଙ୍କୁ ସୁରକ୍ଷା ଦିଆଯିବ ସେ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ଦିନ ସକାଳ ୧୧ ଟାରେ ପହଣ୍ଡି ଓ ଅପରାହ୍ନ ୩ ଟାରୁ ଆରମ୍ଭ ହେବ ରଥ ଟଣା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.