ମହାରାଷ୍ଟ୍ର ରାଜନୀତି ସଙ୍କଟ: ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କଲେ ଶିବସେନା ବିଧାୟକ ଏକନାଥ ସିନ୍ଦେ

ମହାରାଷ୍ଟ୍ର: ଥମୁନି ମହାରାଷ୍ଟ୍ର ରାଜନୀତି। ଖୁବ ଶୀଘ୍ର ମୁମ୍ବାଇ ଫେରିବୁ ବୋଲି କହିଛନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ। ନିଜ ପାଖରେ ଦଳୀୟ ଓ ସ୍ୱାଧୀନ ୫୦ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। କୌଣସି ବିଧାୟକ ଗୌହାଟୀରେ ଚାପରେ ନାହାନ୍ତି। ସମସ୍ତ ବିଧାୟକ ତାଙ୍କ ସହ ଓ ଏଠାରେ ଖୁସିରେ ଥିବା କହିଛନ୍ତି ଏକନାଥ। ଗୌହାଟିରେ ଥିବା କିଛି ବିଧାୟକ ତାଙ୍କ ସହ ଯୋଗାଯୋଗ କରିଥିବା ନେଇ ଶିବସେନାର ଦାବିକୁ ଚ୍ୟାଲେଞ୍ଜ କରିଛନ୍ତି। ଯଦି କୌଣସି ବିଧାୟକ ଯୋଗାଯୋଗରେ ଥାନ୍ତି ତେବେ ସେମାନଙ୍କ ନାଁ ପ୍ରକାଶ କରନ୍ତୁ ବୋଲି କହିଛନ୍ତି।


ଶିବସେନାକୁ ନେଇ ମହାବିକାଶ ଅଘାଡ଼ି ସରକାରରେ ସଙ୍କଟ ଚାଲିଛି। ଏପଟେ ବିଜେପି ମୈଦାନକୁ ଓହ୍ଲାଇଛି। ଦିଲ୍ଲୀରେ ପହଞ୍ଚିଛନ୍ତି ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନଭିସ। ସେଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ମହାରାଷ୍ଟ୍ର ରାଜନୀତି ସଂପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି ।

Also Read: MBA ଛାତ୍ରଛାତ୍ରୀଙ୍କ ପାଇଁ ମୋଟା ଅଙ୍କର ସ୍କଲାରସିପ୍‌, ମିଳିବ ୨ ଲକ୍ଷ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.