ଶେଷ ପର୍ୟ୍ୟାୟରେ ପହଞ୍ଚିଛି ତିନି ରଥ ନିର୍ମାଣ : ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ସଜବାଜ

rathayatraପୁରୀ : ଘୋଷଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ତିନି ରଥର ନିର୍ମାଣ କାର୍ୟ୍ୟ ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏବେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହରଣା, ଚିତ୍ରକର, ରୂପକାର ଓ ଦରଜି ସେବାୟତ। ରଥର ସିଂହାସନ କାମ ଶେଷ ହୋଇଥିବା ବେଳେ ହଂସପଟା ଓ ଠେକରା ବାଡିଆ କାମ ଚାଲିଛି। ଏହା ବ୍ୟତୀତ ଶେଷ ହୋଇଛି ରଥର ରୁଆ ବାଡିଆ, ଦୁଆର ବଡ଼ିଆ ଓ କନିଆପଟା ବାଡିଆ କାମ। ଚିତ୍ରକର ସେବାୟତମାନେ ରଥର ପାର୍ଶ୍ୱ ଦେବଦେବୀ ମୂର୍ତ୍ତି ସହ ତିନି ରଥର ବିଭିନ୍ନ ଅଂଶରେ ରଂଗ ଦେବା କାମ କରୁଛନ୍ତି ।

ରଥଯାତ୍ରା ପୂର୍ବରୁ ପୁରୀରେ ମାଗଣା ବ୍ୟାଟେରୀ ଚାଳିତ ଅଟୋ ସେବା ପ୍ରଚଳନ କରିଛି ନାଲକୋ। ମାର୍କେଟ ଛକଠାରୁ ୩ଟି ବ୍ୟାଟେରୀ ଚାଳିତ ଅଟୋ ଶ୍ରୀମନ୍ଦିର ପର୍ୟ୍ୟନ୍ତ ପ୍ରତିଦିନ ଚଳାଚଳ କରିବ । ନାଲକୋ ଅଧ୍ୟକ୍ଷ ତପନ ଚାନ୍ଦ ଏହି ସେବା ଉଦଘାଟନ କରିଛନ୍ତି। ପ୍ରାଥମିକ ଭାବେ ଏହି ଅଟୋ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଚଳନ ହେବ। ପରବର୍ତ୍ତୀ ସମୟରେ ଆଉ ୨୦ଟି ଅଟୋ ଦେବା ପରେ ଏହା ସର୍ବସାଧରଣ ସେବାରେ ଲାଗିବ। କେନ୍ଦ୍ର ସରକାରଙ୍କ ସ୍ୱଛ ଆଇକନିକ୍ ସିଟି ଯୋଜନାରେ ପୁରୀରେ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ୟ୍ୟ ହାତକୁ ନେଇଛି ନାଲକୋ ।

You might also like