କିସ୍ ଶ୍ରୀବାଣୀକ୍ଷେତ୍ରରେ ମହାଆଡ଼ମ୍ବରରେ ପାଳିତ ହେଲା ରଥଯାତ୍ରା, ଶହ ଶହ ଭକ୍ତ ରଥକୁ ଟାଣି ଗୁଣ୍ଡିଚା ମନ୍ଦିର ଯାଏ ଆଣିଛନ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଶ୍ରୀବାଣୀକ୍ଷେତ୍ରରେ ରଥଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଛି । ୪ଟା ବେଳେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ଟା ୩୦ମିନିଟ୍‍ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥଙ୍କୁ ପୁରୁଷମାନେ ଟାଣିଥିବା ବେଳେ ମାଆ ଶୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ରଥଦାଣ୍ଡର ଆଲୋକିକରଣ କରାଯିବା ସହ ଗୁଣ୍ଡିଚାମନ୍ଦିରକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଶହ ଶହ ଭକ୍ତ ମାନେ ରଥ କୁ ଟାଣି ଗୁଣ୍ଡିଚା ମନ୍ଦିର ଯାଏ ଆଣୁଛନ୍ତି । ଭଜନ କୀର୍ତ୍ତନ ବାଜା ବଜାଇ ଭକ୍ତ ମାନେ ତିନି ରଥ କୁ ଟାଣିଛନ୍ତି ।

kiss ratha yatra

ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଶ୍ରୀବାଣୀ କ୍ଷେତ୍ରରୁ ଗୁଣ୍ଡିଚା ମନ୍ଦିର ଯାଏ । ପ୍ରଥମେ ବଳଭଦ୍ର ଙ୍କ ରଥ ପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ପ୍ରଭୁ ଜଗନ୍ନାଥ ଙ୍କ ରଥ ଟଣାଯାଇ ଥିଲା । ଏଥର ନବଦିନ ବ୍ୟାପୀ ଶ୍ରୀଜୀଉମାନେ ନବନିର୍ମିତ ସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିବେ। ଚଳିତବର୍ଷ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାରେ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି । ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉମାନଙ୍କ ନବଦିନ ବ୍ୟାପୀ ରହଣି ସମୟରେ ପ୍ରତ୍ୟେକ ସଂଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଭଜନ ସମାରୋହ ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ପରେ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଥିବାରୁ ଦୀର୍ଘ ଦୁଇ ମାସ ଧରି କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.