ରଥଯାତ୍ରା ପାଇଁ କମିଶନରେଟ୍ ପୁଲିସର ସ୍ପେଶାଲ ଡ଼୍ରାଇଭ୍ !

ଭୁବନେଶ୍ବର : ରଥଯାତ୍ରାକୁ ନଜରରେ ରଖି କମିଶନରେଟ୍ ପୋଲିସର ସ୍ପେଶାଲ୍ ଡ୍ରାଇଭ୍ । ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଜାମିନ୍ ବିହୀନ ୱାରେଣ୍ଟ ଜାରି କରାଯାଇଛି। ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏବେ ୨୩୦ ଜଣଙ୍କୁ ଚିହ୍ନଟ କରି ୱାରେଣ୍ଟ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରରେ ୭୫ ଜଣ ଏବଂ କଟକରେ ୧୫୫ ଜଣ। ଏବେ ସୁଦ୍ଧା ୭୨ ଜଣ ଅପରାଧୀଙ୍କୁ ୧୧୦ ସିଆରପିସିରେ ହେପାଜତକୁ ନିଆଯାଇଛି। ସ୍ପେଶାଲ୍ ଡ୍ରାଇଭକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ସମସ୍ତ ଥାନା ଏବଂ ଆଉଟ୍ ପୋଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.