Below header

ରାୟଗଡ଼ା DFO ଗିରଫ, ଆୟଠାରୁ ଅଧିକ ୨୦୬ ପ୍ରତିଶତ ସମ୍ପତ୍ତି କମାଇଛନ୍ତି

ରାୟଗଡ଼ା DFO ବିଜୟ ପରିଡ଼ାଙ୍କ ଠାବ ହୋଇଛି ମାଳ ମାଳ ପ୍ଲଟ ଓ ଫ୍ଲାଟ୍ । ତାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁରର ପ୍ରାଇମ୍ ଲୋକେସନରେ ରହିଛି ୧୭ଟି ପ୍ଲଟ। ତାଙ୍କର କଟକରେ ଗୋଟିଏ ଚାରି ମହଲା ନିର୍ମାଣଧୀନ କୋଠା ରହିଛି ।

କେନ୍ୟୁଜ୍(ବ୍ୟୁରୋ):କୁବେର ଡିଏଫଓ ଗିରଫ । ରାୟଗଡ଼ା DFO ବିଜୟ ପରିଡ଼ାଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନସ । ସେ ଆୟଠାରୁ ଅଧିକ ୨୦୬ ପ୍ରତିଶତ ସଂପତ୍ତି କମାଇଛନ୍ତି । ରାୟଗଡ଼ା DFO ବିଜୟ ପରିଡ଼ାଙ୍କ ଠାବ ହୋଇଛି ମାଳ ମାଳ ପ୍ଲଟ ଓ ଫ୍ଲାଟ୍ । ତାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁରର ପ୍ରାଇମ୍ ଲୋକେସନରେ ରହିଛି ୧୭ଟି ପ୍ଲଟ। ତାଙ୍କର କଟକରେ ଗୋଟିଏ ଚାରି ମହଲା ନିର୍ମାଣଧୀନ କୋଠା ରହିଛି । ଯାହାର ଦାମ୍ କୋଟିଏ ୮୦ ଲକ୍ଷ ଟଙ୍କା ହେବ । ସେହିପରି ଭୁବନେଶ୍ବର ପଳାଶୁଣୀରେ ୫ ହଜାର ଶହେ ବର୍ଗଫୁଟର ଗୋଟିଏ ତିନି ମହଲା ବିଲଡିଂ ଅଛି ।

କଳାରାହାଙ୍ଗରେ ଅଛି ଗୋଟିଏ ଫ୍ଲାଟ । ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କର ଘରୁ ଜବତ ହୋଇଛି ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା । ରେଡ୍ ବେଳେ ମିଳିଛି ପ୍ରାୟ ୬୫୦ ଗ୍ରାମ୍ ସୁନା ଅଳଙ୍କାର । ତାଙ୍କର ଗୋଟିଏ ଚାରି ଚକିଆ, ଦୁଇଟି ବାଇକ ରହିଛି । ସେହିପରି ଘର ସାମଗ୍ରୀର ମୂଲ୍ୟ ୧୭ ଲକ୍ଷ ୮୭ ହଜାର ଟଙ୍କା ବୋଲି ଭିଜିଲାନସ ରେଡରୁ ଜଣାଯାଇଛି । ୭ ଟି ସ୍ଥାନରେ ଚଢ଼ାଉ ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବୀମା ରସିଦ ଜବତ କରାଯାଇଛି। ମୁନିଗୁଡା ରେଞ୍ଜରେ ଲଣ୍ଡା ପାହାଡରେ ବୃକ୍ଷରୋପଣ ନାଁ ରେ ୩ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.