ରାୟଗଡା ଝିଅ ସନ୍ଧ୍ୟା ଦଳେଇ ହେଲେ ମିସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟାଣ୍ଟ୍‌ର ବିଜେତା

ରାୟଗଡା : ମିସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟାଣ୍ଟ୍‌ରେ ବିଜେତା ହୋଇଛନ୍ତି ରାୟଗଡା ଜିଲ୍ଲାର ଝିଅ ସନ୍ଧ୍ୟା ଦଳେଇ । ଚଳିତ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ମିସେସ୍‌ ଇଣ୍ଡିଆ ୱାନ୍‌ ଇନ୍‌ ଏ ମିଲିୟନ୍‌ ପ୍ରତିଯୋଗିତାରେ ସେ ବିଜୟୀ ହୋଇ ରୌପ୍ୟ ମୁକୁଟ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଦେଶରୁ ମୋଟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡିଶାରୁ ମାତ୍ର ଜଣେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ସନ୍ଧ୍ୟା ।

ତେବେ ସମସ୍ତଙ୍କୁ ପଛରେ ପକାଇ ଫ୍ରେସ୍‌ ଫେସ୍‌ ଅଫ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିଛନ୍ତି ସେ । ଜାତୀୟ ସ୍ତରରେ ସଫଳତା ପାଇବା ପରେ ଏବେ ସେ ଅନ୍ତର୍ଜାତୀୟସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି । ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି । ତାଙ୍କ ସଫଳତା ପଛରେ ତାଙ୍କ ସ୍ୱାମୀ ଏବଂ ସୁଭେଛୁଙ୍କ ହାତ ଥିବା କହିଛନ୍ତି । ତାଙ୍କର ଏହି ସଫଳତା ପରେ ଜିଲ୍ଲାର ତଥା ଜିଲ୍ଲା ବାହାରୁ ତାଙ୍କୁ ସୁଭେଛାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.