ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପଡ଼ିଛି । ମାନ୍ଦାବସ୍ଥାରୁ ମୁକୁଳିବାକୁ ପଦକ୍ଷେପ ନିଆଯାଇଛି । ଆରବିଆଇ ସୁଧହାର କର୍ପୋରେଟ୍‌ ଟିକସ ହ୍ରାସ କରିଛି । କିଛି ମାସ ଭିତରେ ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆସିବ । ‘ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି, ଅର୍ଥନୀତି ସମୃଦ୍ଧ ରହିଛି । ୪୩୪ ଦଶମିକ ୬ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି । ରାଜ୍ୟସ୍ତରୀୟ ପ୍ରାଣନାଥ ସ୍ମୃତି ସମାରୋହରେ ଏହା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଭୁବନେଶ୍ୱର ଜୟଦେବ ଭନବରେ ରାଜ୍ୟ ପ୍ରାଣନାଥ ସ୍ମୃତି ସମିତି ପକ୍ଷରୁ ଆୟୋଜିତ ସମାରୋହରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପାୟନ ଓ ମାନପତ୍ର ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଉଦୟମାନ ଶିଶୁ ଭାଓଲିନ ବାଦକ ମାଷ୍ଟର ରାକେଶ ବିଶ୍ୱାଳଙ୍କୁ ମଧ୍ୟ ସ୍ମୃତି ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନାଦର୍ଶନ ଉପରେ ଆଲୋକପାତ କରିଥିଲେ । କହିଥିଲେ, ପ୍ରାଣନାଥ ଥିଲେ ସେବା ଓ ସଂଗ୍ରାମର ଅନିର୍ବାଣ ଶିକ୍ଷା । ସେ ଜୀବନ ବ୍ୟାପୀ ଅସୀମ ତ୍ୟାଗ ଓ ନିର୍ଯାତନା ସହ୍ୟ କରି ଦେଶ ମାତୃକାର ସେବା କରିଥିଲେ । ତାଙ୍କର ଏହି ମହନୀୟ ଗୁଣାବଳି ଆଗାମୀ ପୀଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଉତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ସ୍ମୃତିି ସମିତିର ସଭାପତି ତଥା ଶିକ୍ଷାବିତ ମେଜର କ୍ଷୀରୋଦପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସ୍ମୃତି ସମିତିର ସଂପାଦକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.