ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣା: ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ର; ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି କ୍ଷମା ମାଗିବି?

ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ ଠେଲିଦେଲି । ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ର

ଭୁବନେଶ୍ବର (କେନ୍ୟୁଜ): ଧନୁପାଲି ଥାନା ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । କହିଲେ ଅତ୍ୟାଚାର ମୋ ଉପରେ ହୋଇଛି, ମୁଁ କାହିଁକି କ୍ଷମା ପ୍ରାର୍ଥନା କରିବି ବୋଲି କହିଛନ୍ତି ଜୟ ନାରାୟଣ । ମୁଁ ଭୁଲ କରିନାହିଁ, ମୁଁ ଅନୁତପ୍ତ ନୁହେଁ । କଣ ପାଇଁ ଏ ଘଟଣା ଘଟିଲା, ତାହା ସମସ୍ତେ ଜାଣିବା ଦରକାର ।

ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ ଠେଲିଦେଲି । ସେଥିପାଇଁ ମୁଁ କ୍ଷମା ମାଗିବି ନା ଓଡିଶା ସରକାର ମୋତେ କ୍ଷମା ମାଗିବେ । ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ କରିବି, କିନ୍ତୁ ନିରପେକ୍ଷ ତଦନ୍ତ ହେବ ତ? ପୁଲିସର ତଦନ୍ତ ଉପରେ ମୋର ବିଶ୍ବାସ ନାହିଁ। ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ।ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି,ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ କ୍ଷମା ମାଗିଲେନି, ଧନୁପାଲି ଆଇଆଇସି ମୋତେ ମାରିଲେ, ମୁଁ କ’ଣ ପାଇଁ କ୍ଷମା ମାଗିବି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.