ଆଇସ୍କ୍ରିମ୍ ଖାଇବାକୁ ନାକେ ପାଣି ପିଇଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ, ଭିଡିଓ କଲେ ସେୟାର
ନିକଟରେ କାର୍ତ୍ତିକ ଆର୍ଯ୍ୟନ ଏକ ମଜାଦାର ଭିଡିଓ ସେୟାର କରିଥିଲେ, ଯାହା ଭାଇରାଲ୍ ହେବାରେ ଲାଗିଛି। ଏକ ଆଇସ୍କ୍ରିମ୍ କୁ ନେଇ ସେ ଏହି ଭିଡିଓ ସେୟାର କରିଛନ୍ତି।
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ବଲିଉଡ୍ର ହ୍ୟାଣ୍ଡସମ ହିରୋ ମାନଙ୍କ ମଧ୍ଯରୁ ଜଣେ। ଯିଏକି ବର୍ତ୍ତମାନ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିଜର ନୂଆ ଫିଲ୍ମ ଶେହାଜାଦା(Sehzada)ର ପ୍ରମୋସନ୍ରେ ବ୍ୟସ୍ତ ରହିଛନ୍ତି କାର୍ତ୍ତିକ। କାର୍ତ୍ତିକ ସବୁବେଳେ ନିଜ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆ ମଧ୍ଯମରେ ବିଭିନ୍ନ ପ୍ରକାରର ପୋଷ୍ଟ ସେୟାର କରିଥାନ୍ତି। ତେବେ ନିକଟରେ ସେ ଏକ ମଜାଦାର ଭିଡିଓ ସେୟାର କରିଥିଲେ, ଯାହା ଭାଇରାଲ୍ ହେବାରେ ଲାଗିଛି। ଏକ ଆଇସ୍କ୍ରିମ୍ କୁ ନେଇ ସେ ଏହି ଭିଡିଓ ସେୟାର କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି କି, ଆଇସକ୍ରିମ୍ ଖାଇବା ପାଇଁ କାର୍ତ୍ତିକ୍ ଏକ ଷ୍ଟଲ୍ ନିକଟରେ ଛିଡା ହୋଇଛନ୍ତି । ତୁର୍କୀ ଆଇସ୍କ୍ରିମ୍ ଖାଇବାଟା ତାଙ୍କ ଏତେ ସହଜ ନଥିଲା। ତେବେ ଭିଡିଓରେ କାର୍ତ୍ତିକ୍ ଆଇସକ୍ରିମ୍ କୋନ ଧରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେଉଥିବା ଦେଖିବାକୁ ମିଳିଛି । ହଠାତ୍ ଆଇସକ୍ରିମ୍ ଟିକୁ ଦୋକାନୀ ଜଣକ ତାଙ୍କ ନିକଟକୁ ନେଇ ପୁଣି ଟାଣି ନେଉଛନ୍ତି । ତା’ପରେ ଏମିତି ଏକ ମୁହୂର୍ତ୍ତ ଆସେ ଯେତେବେଳେ କାର୍ତ୍ତିକ କୋନ ନଧରିପାରି କୋନ ବଦଳରେ ଟିସୁକୁ ଧରିଦେଉଛନ୍ତି। ଶେଷରେ, ବହୁ ସଂଘର୍ଷ ପରେ କାର୍ତ୍ତିକ ତାଙ୍କ ଆଇସକ୍ରିମ ପାଇଯାଉଛନ୍ତି। ଯାହା ଦ୍ବାରା ସେ ଖୁବ୍ ଖୁସି ହୋଇଯାଉଥିବା ଦେଖିବାକୁ ମିଳୁଛନ୍ତି । ଏହା ପରେ କାର୍ତ୍ତିକ ତୁର୍କୀ ଆଇସ୍କ୍ରିମ୍ ଉପଭୋଗ କରୁଛନ୍ତି। ଏହି ଭିଡିଓକୁ ଶେହଜାଦାର ଛେଡଖାନିଆ ଗୀତରେ ସେୟାର କରିଛନ୍ତି ।
View this post on Instagram
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଭିଡିଓର କ୍ୟାପସନରେ ଲେଖିଛନ୍ତି, “ଇଟନି # ଚେଡଖାନିଆନ୍ କି ଇସନେ କି ଭୁକ୍ ହି ମରଗୟୀ ।” ତାଙ୍କର ହ୍ୟାସଟ୍ୟାଗଗୁଡ଼ିକ “ଦୁବାଇ”, “ଶେହାଜାଦା”, “ସୁଗାରଫ୍ରି” ଲେଖିଥିଲେ। କାର୍ତ୍ତିକ ଖୁବ ଶୀଘ୍ର ରୋହିତ ଧାୱନଙ୍କ ନିର୍ଦ୍ଦେଶିତ ଫିଲ୍ମ ଶେହଜାଦାରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ବିପରୀତରେ କ୍ରିତି ସାନନ୍ ନଜର ଆସିବେ। ଫିଲ୍ମଟି ୧୭ ଫେବୃଆରୀରେ ରିଲିଜ୍ ହେବ ।