+୨ ପ୍ରଥମ ବର୍ଷ ପରୀକ୍ଷା ପାଇଁ କଡ଼ାକଡ଼ି ହେଲା ନିୟମ, ଦ୍ୱିତୀୟ ବର୍ଷକୁ ଯିବା ଲାଗି ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ

+୨ ପ୍ରଥମ ବର୍ଷ ପରୀକ୍ଷା ପାଇଁ କଡ଼ାକଡ଼ି ହେଲା ନିୟମ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ ପ୍ରଥମ ବର୍ଷ ପରୀକ୍ଷା। ଏକାଦଶ ପରୀକ୍ଷାରେ ଫେଲ୍‌ ହେଲେ ପୁଣି ମେ’ ଶେଷ ସପ୍ତାହରେ ପରୀକ୍ଷା ଦେବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଫେବୃଆରୀ ୧୫ରୁ ୨୮ ତାରିଖ ମଧ୍ୟରେ ହେବ ପ୍ରଥମବର୍ଷ ପରୀକ୍ଷା। ସମ୍ପୃକ୍ତ କଲେଜ ପ୍ରଶ୍ନପତ୍ର ତିଆରି କରିବେ । ସମସ୍ତ ଯୁକ୍ତ ଦୁଇ କଲେଜ ପ୍ରଥମ ବର୍ଷର ପରୀକ୍ଷା ଫଳାଫଳକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଚଳିତବର୍ଷରୁ ଏହା ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.