ଭାରତରେ ବୁଲେଟ୍‌ 500 ଏବଂ Thunderbird 500ର ବିକ୍ରି ବନ୍ଦ କରିଦେଲା Royal Enfield

Royal Enfield ନିଜର େଓ୍ଵବ୍‌ସାଇଟରେ ଅନ୍‌ଲାଇନ୍‌ ବୁକିଙ୍ଗ୍‌ ଆଧାରରେ ବୁଲେଟ୍‌ 500 ଏବଂ Thunderbird 500କୁ ହଟାଇ ଦେଇଛି। କେବଳ 500 ସିରିଜ୍‌ ମଡେଲ ଭିତରେ କ୍ଲାସିକ୍‌ 500 ବିକ୍ରି ପାଇଁ ଉପଲବ୍ଧ ରହିଛି। ରିପୋର୍ଟ ଅନୁସାରେ, ଏବେ 350 ସିସିର ମୋଟରସାଇକେଲର ବିକ୍ରି ବହୁତ ଭଲ ଚାଲିଛି। ସେହିପରି ୨୦୧୮ ନଭେମ୍ବରରେ ଲଞ୍ଚ୍‌ ହୋଇଥିବା ନୂଆ 650 ସିସି ରେଞ୍ଜର ବିକ୍ରି ବି ଭଲ ରହିଛି।

କମ୍ପାନୀ ବର୍ତ୍ତମାନ ଘରୋଇ ବଜାରରେ ୧.୬୫ ଲକ୍ଷ ଟଙ୍କା(ଏକ୍ସ-ଶୋ’ରୁମ୍‌) ଦାମ୍‌ରେ ନୂଆ BS-VI Classic 350 ଛାଡ଼ିଛି। କିନ୍ତୁ ଚେନ୍ନାଇ ବେସ୍‌ଡ ଟୁ ହୁଇଲର୍‌ ବ୍ରାଣ୍ଡ BS-VI Royal Enfield Classic 350 ପାଇଁ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ କରିନି।

t5

BS-VI Royal Enfield Classic 350ର ଲଞ୍ଚ୍‌ ଛଡ଼ା କମ୍ପାନୀ BS-VI ହିମାଳୟନ୍‌ର ଏକ ଟିଜର ଆଣିଛି, ଯାହା ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବାର ସମ୍ଭାବନା ରହିଛି। Royal Enfield ଖୁବ୍‌ଶୀଘ୍ର ଅପ୍‌ଡେଟେଡ୍‌ BS-VI Thunderbird 350ର ମଧ୍ୟ ବଜାର ପ୍ରବେଶ କରାଇପାରେ।

ସେପଟେ Royal Enfieldର ଆଗାମୀ ମଡେଲର ପରୀକ୍ଷଣ ରିପୋର୍ଟ ଆସିସାରିଛି। ଏହି ମଡେଲ Royal Enfieldର ନୂଆ ବାସ୍ତୁକଳା ଉପଯୋଗ କରିବ, ଯାହାକି ୨୦୨୦ ଭିତରେ ଆସିବାର ଆଶା ରହିଛି। ଆଗାମୀ BS-VIର ମାନଦଣ୍ଡକୁ ନଜରରେ ରଖି ବୁଲେଟ୍‌ 500 ଏବଂ Thunderbird 500ର ବିକ୍ରି ରୋକିବା Royal Enfieldର ଏକ ଉତ୍ତମ ପଦକ୍ଷେପ ବୋଲି କୁହାଯାଉଛି।

t7

ଅକ୍ଟୋବର ୨୦୧୮ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ ‘ଭାରତ ଷ୍ଟେଜ୍‌ VI’ ଯାନକୁ ୧ ଏପ୍ରିଲ, ୨୦୨୦ ସୁଦ୍ଧା ଦେଶରେ ବିକ୍ରି କରାଯିବ ନାହିଁ। ୨୦୧୬ରେ କେନ୍ଦ୍ର ଘୋଷଣା କରିଥିଲା, ଭାରତ BS-VI ମାନଦଣ୍ଡକୁ ୨୦୨୦ ଭିତରେ ବଦଳାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.