୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଚେତିଲା ପୁରୀ ପ୍ରଶାସନ, ସମୁଦ୍ରରେ ଲଗାଇଲା ରଶି ଓ ରେଡଫ୍ଲାଗ

ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଚେତିଲା ପ୍ରଶାସନ । ୧୨,୧୩ ଓ ୧୪ ନମ୍ବର ସେକ୍ଟରରେ ଲଗାଗଲା ରଶି ଓ ରେଡଫ୍ଲାଗ। ଜେଟ୍ ସ୍ଲି ସହ ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡଙ୍କ ପକ୍ଷରୁ ସଚେତନତା ଜାରି ରହିଛି।

ପୁରୀ (କେନ୍ୟୁଜ): ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଚେତିଲା ପ୍ରଶାସନ । ୧୨,୧୩ ଓ ୧୪ ନମ୍ବର ସେକ୍ଟରରେ ଲଗାଗଲା ରଶି ଓ ରେଡଫ୍ଲାଗ। ଜେଟ୍ ସ୍ଲି ସହ ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡଙ୍କ ପକ୍ଷରୁ ସଚେତନତା ଜାରି ରହିଛି।

ଆଜି ବୁଦ୍ଧ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ହେବା ଆଶଙ୍କାରେ ଲଗାଯାଇଛି ରେଡ ଫ୍ଲାଗ। ସାଧାରଣତଃ ପୂର୍ଣ୍ଣିମା ଓ ଅମାବାସ୍ୟା ସମେତ ଏହାର ୨ ଦିନ ପୂର୍ବ ଓ ୨ ଦିନ ପରେ ସମୁଦ୍ରରେ ଅଧିକ ଜୁଆର ମାଡ଼ି ଆସିଥାଏ। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଏ ସଂକ୍ରାନ୍ତରେ ଅବଗତ ରହୁ ନ ଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଛି।

ସୂଚନା ଅନୁଯାୟୀ ସେକ୍ଟର ୧୩ରେ ଏହି ଅଘଟଣ ଘଟିଥିବାରୁ ସେଠାରେ ରେଡ ଫ୍ଲାଗ ଲଗାଯାଇଛି। ଏହାବାଦ ସେକ୍ଟର ୧୧,୧୨ ଓ ୧୪ରେ ବି ଉଡ଼ୁଛି ରେଡ୍ ଫ୍ଲାଗ୍ । ଏହାଦ୍ୱାରା ପ୍ରଶାସନ ନିର୍ଦ୍ଦିଷ୍ଟ ଦୁର୍ଘଟଣା ଅଞ୍ଚଳ ଚିହ୍ନଟ କରି ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରିଛି।

ପ୍ରକାଶ ଯେ, ଗୁରୁବାର ଦିନ ଅରବିନ୍ଦ ଓ ଅଜୟଙ୍କ ସମେତ ୬ ଜଣ ଯୁବକ ପୁରୀ ବୁଲିବାକୁ ଆସି ଏଠାରେ ପହଞ୍ଚିଥିଲେ। ସେମାନେ ସ୍ବର୍ଗଦ୍ବାର ନିକଟସ୍ଥ ଏକ ହୋଟେଲରେ ରହି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ତେବେ, ସେମାନେ ସମୁ୍ଦ୍ରରେ ଗାଧୋଉଥିବା ବେଳେ ଏକ ଲହଡ଼ି ଆସି ଅରବିନ୍ଦ ଓ ଅଜୟଙ୍କୁ ଭସାଇ ନେଇଥିଲା। ଘଟଣାସ୍ଥଳରେ ଥିବା ଅନ୍ୟମାନେ ଚିତ୍କାର କରିବାରୁ ଲାଇଫ୍‌ଗାର୍ଡମାନେ ସମୁଦ୍ରଗର୍ଭରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇବାରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.