ଦିଲ୍ଲୀ: କ୍ଲାସ୍‌ରେ ଦୁଷ୍ଟାମୀ କରୁଥିବା ଛାତ୍ରଙ୍କ ନାଁ ଲେଖିଦେଲେ ଶ୍ରେଣୀ ମନିଟର, କ୍ରୋଧିତ ଛାତ୍ର ଛୁରୀ ଭୁସି କଲେ ରକ୍ତାକ୍ତ

କ୍ଲାସ୍‌ରେ ଦୁଷ୍ଟାମୀ କରୁଥିବା ଛାତ୍ରମାନଙ୍କ ନାଁ ଲେଖିଦେବାରୁ କ୍ରୋଧିତ ଛାତ୍ରମାନେ ଶ୍ରେଣୀ ମନିଟରଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣା ଦିଲ୍ଲୀ ସଙ୍ଗମ ବିହାରର ବୋଲି ଜଣାପଡ଼ିଛି।

ଦିଲ୍ଲୀର ସଙ୍ଗମ ବିହାରସ୍ଥିତ ଏକ ସ୍କୁଲରେ ଘଟିଛି ଏକ ହୃଦୟ ବିଦାରକ କାଣ୍ଡ। ଏଠାରେ ଜଣେ ଶ୍ରେଣୀ ମନିଟର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେ କ୍ଲାସ୍‌ରେ ଦୁଷ୍ଟାମୀ କରୁଥିବା ଛାତ୍ରମାନଙ୍କ ନାଁ ଲେଖିଦେବାରୁ କ୍ରୋଧିତ ଛାତ୍ରମାନେ ଶ୍ରେଣୀ ମନିଟରଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ଖବରରୁ ଜଣାପଡ଼ିଛି ଯେ କ୍ରୋଧିତ ଛାତ୍ରମାନେ ପ୍ରଥମେ ସେମାନଙ୍କ ନାମ ହଟାଇବାକୁ ଶ୍ରେଣୀ ମନିଟରଙ୍କୁ କହିଥିଲେ। କିନ୍ତୁ ମନିଟର ରାଜି ନ ହେବାରୁ ସେମାନେ ତାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ। ପୀଡିତ ଛାତ୍ର ଏତେ ଗୁରୁତର ଆହତ ହୋଇଥିଲେ ଯେ ତାଙ୍କର ପୂରା ୟୁନିଫର୍ମ ରକ୍ତରେ ଭିଜି ଯାଇଥିଲା।

ସାଥୀ ପିଲାମାନେ ଏ ନେଇ ତୁରନ୍ତ ବିଦ୍ୟାଳୟ ପ୍ରଶାସନକୁ ଜଣାଇଲେ, ଏହାପରେ ପୀଡିତ ଛାତ୍ରଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ଉଭୟ ଅଭିଯୁକ୍ତ ଏବଂ ପୀଡିତ ନାବାଳକ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଏହି ଘଟଣା ଗୁରୁବାର ଘଟିଛି। ଘଟଣା ପରର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓରେ ପୀଡ଼ିତ ଛାତ୍ରଙ୍କୁ ଲୋକେ ହସ୍ପିଟାଲ ନେଇଯାଉଥିବା ଦେଖିବାକୁ ମିଳୁଛି। ସେପଟେ ଘଟଣା ସଂକ୍ରାନ୍ତରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.