ଏଠି ଅଗ୍ନି ନୁହେଁ, ଗୋ-ମାତାକୁ ସାକ୍ଷୀ ରଖି ବରକନ୍ୟା ନେଲେ ସାତଫେରା, ଆଶୀର୍ବାଦରେ ଏହି ଉପହାର ଦେଲେ ଅତିଥି

ଅଧିକାଂଶ ବିବାହ ଅଗ୍ନିକୁ ସାକ୍ଷୀ ରଖି ହୋଇଥାଏ। କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ହରିୟାଣାର ଫରିଦାବାଦରେ ଏକ ବରକନ୍ୟା ଯୋଡ଼ି ଗୋ-ମାତାକୁ ସାକ୍ଷୀ ରଖି ବିବାହ ପାଇଁ ସାତ ଫେରା ନେଇଛନ୍ତି।

ଅଧିକାଂଶ ବିବାହ ଅଗ୍ନିକୁ ସାକ୍ଷୀ ରଖି ହୋଇଥାଏ। କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ହରିୟାଣାର ଫରିଦାବାଦରେ ଏକ ବରକନ୍ୟା ଯୋଡ଼ି ଗୋ-ମାତାକୁ ସାକ୍ଷୀ ରଖି ବିବାହ ପାଇଁ ସାତ ଫେରା ନେଇଛନ୍ତି। ଫରିଦାବାଦର ଉଞ୍ଚା ଗାଁରେ ଥିବା ଗୋଶାଳାରେ ଏହି ବିବାହ ସମ୍ପନ୍ନ ହୋଇଛି।

ଆଦର୍ଶ ନଗରର ବାସିନ୍ଦା ଅମିତ୍‌ ଗୁପ୍ତା କହିଛନ୍ତି, ସେ ଦୀର୍ଘ ଦିନରୁ ଉଞ୍ଚା ଗାଁର ଗୋଶାଳା ସହିତ ଜଡ଼ିତ ଅଛନ୍ତି। ତାଙ୍କ ବିବାହ ନିଧି ଗୁପ୍ତାଙ୍କ ସହ ସ୍ଥିର ହୋଇଥିଲା। ଗୋଶାଳାରେ ବିବାହ କରିବା ପାଇଁ ତାଙ୍କର ଇଚ୍ଛା ଥିଲା। ଫଳରେ ଏ ନେଇ ସେ ନିଜ ପରିବାର ଏବଂ ଗୋଶାଳାର ସଞ୍ଚାଳକ ରୂପେଶ ଯାଦବଙ୍କୁ ଜଣାଇଥିଲେ। ଅମିତ୍‌ଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଗୋଶାଳା ପ୍ରବନ୍ଧନ ସମିତିର ସଦସ୍ୟ ଏବଂ ଗୋପାଳକମାନେ ତାଙ୍କ ବିବାହରେ ସାକ୍ଷୀ ରହିଥିଲେ।

ଅମିତ୍‌ ଗୁପ୍ତା ଓ ନିଧି ଗୁପ୍ତା ଉଞ୍ଚା ଗାଁର ଗୋଶାଳାରେ ଗୋ-ମାତାକୁ ସାକ୍ଷୀ ରଖି ସାତଫେରା ନେଇଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଗୋଶାଳା ସଞ୍ଚାଳକ ରୂପେଶ ଯାଦବ କହିଛନ୍ତି, ଗୋ-ମାତାକୁ ସାକ୍ଷୀ ମାନି ସାତଫେରା ନେଇଥିବା ବରକନ୍ୟାଙ୍କୁ ୩୩ କୋଟି ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ।

ସେପଟେ ଗୋଶାଳା ପ୍ରବନ୍ଧନ ଟିମ୍‌ ବିବାହର କାର୍ଯ୍ୟଭାର ସମ୍ଭାଳିବା ସହିତ ଅତିଥିମାନଙ୍କର ସେବା କରିଥିଲେ। ଗୋ ମାନବ ସେବା ଟ୍ରଷ୍ଟ ଦ୍ୱାରା ନିର୍ମିତ ଶ୍ରୀକୃଷ୍ଣ ସତ୍‌ସଙ୍ଗ ଭବନରେ ବିବାହର ଆୟୋଜନ ହୋଇଥିଲା। ଗୋଶାଳା ପ୍ରବନ୍ଧନ ଟିମ୍‌ ତରଫରୁ ବରକନ୍ୟାଙ୍କୁ ଶୁଭକାମନା ଜଣାଯିବା ସହିତ ଉପହାର ସ୍ୱରୂପ ଗୋଘୃତ ପ୍ରଦାନ କରାଯାଇଥିଲା। ସେହିପରି ଅତିଥିମାନେ ବି ଗୋବଂଶକୁ ଘାସ ଏବଂ ଗୁଡ଼ ଖୁଆଇ ନବଦମ୍ପତିଙ୍କ ସୁଖଦ ବୈବାହିକ ଜୀବନ କାମନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.