ଦମ୍ ଦେଖାଉଛନ୍ତି ଆଞ୍ଚଳିକ ଦଳ, ୫ ରାଜ୍ୟ ନିର୍ବାଚନ ଏକଜିଟ୍ ପୋଲରୁ ମିଳୁଛି ତଥ୍ୟ

 ତେଲେଙ୍ଗାନା ଆକଳନ, ଟିଆରଏସ୍କୁ ହଟାଇ ପାରିବେନି ବିଜେପି ଓ କଂଗ୍ରେସ ମହାକୁଟୁମି 

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼। କେନ୍ଦ୍ରରେ ବିଜେପି ସଫଳତା ପଛର ପ୍ରମୁଖ ରାଜ୍ୟ। ରାଜସ୍ଥାନରେ ୫ ବର୍ଷ ହେଲା କ୍ଷମତାରେ ଅଛି ଦଳ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୧୫ ବର୍ଷ ହେଲା ଚାଲିଛି ବିଜେପି ଶାସନ। ଯଦି ଏହି ୩ଟି ରାଜ୍ୟରୁ ଦୁଇଟି ବି ହାତରୁ ଖସିଯାଏ ତେବେ ଦଳ ପାଇଁ ୨୦୧୯ ପୂର୍ବରୁ ଏହା ସତର୍କ ଘଣ୍ଟି ହେବ।

ହିନ୍ଦୀ ବେଲ୍ଟରେ ବିଜେପିର ଦବଦବା, ଯାହାକୁ ନେଇ ୨୦୧୪ ନିର୍ବାଚନରେ ବଡ଼ ସଫଳତା ପାଇଥିଲା ବିଜେପି। ଏବେ ସେହି ଅଂଚଳର ତିନିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି। ୧୧ରେ ଆସିବ ରେଜଲ୍ଟ। ଏକ୍ଜିଟ୍ ପୋଲ୍ କହୁଛି, ବିଜେପି ହାତରୁ ଖସୁଛି ରାଜସ୍ଥାନ। କ୍ଷମତାକୁ ଫେରୁଛି କଂଗ୍ରେସ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ କାଣ୍ଟେ କା ଟକ୍କର। ଯଦି ଏହି ତିନି ରାଜ୍ୟରେ କଂଗ୍ରେସର ବାଜିମାତ ହୁଏ ତେବେ, ଦଳ ପାଇଁ ଶୁଭ ସଙ୍କେତ। ଯଦି ଦୁଇଟି ବି ରାଜ୍ୟରେ ବିଜେପି ହାରେ, ତେବେ ଦଳ ପାଇଁ ୧୯ ପୂର୍ବରୁ ସତର୍କ ଘଣ୍ଟି ହେବ।

poll 3

ଭାରତ ରାଜନୀତି ପରିବର୍ତ୍ତନଶୀଳ। ପୂର୍ବାନୁମାନ କରିବା କଷ୍ଟ। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଥିଲା ମୋଦି ସୁନାମି। କୁହାଗଲା,୨୦୧୯ରେ ବିଜେପି ବିଜୟ ନିଶ୍ଚୟ। କେବଳ ଔପଚାରିକତା ବାକି। କିନ୍ତୁ ଧିରେଧିରେ ବଦଳିଲା ପାଣିପାଗ। ଗୁଜରାଟ ଲଢେଇ ଓ କର୍ଣ୍ଣାଟକ ଟକ୍କରରୁ ମିଳିଲା, ପରିବର୍ତ୍ତନର ଆଭାସ। ଏବେ ୫ ରାଜ୍ୟର ଫଳାଫଳ କଣ ରହିବ ତାକୁ ସମସ୍ତଙ୍କ ଅପେକ୍ଷା

ଏକ୍ଜିଟ୍ ପୋଲରୁ ସୂଚନା ମିଳୁଛି, ବିଜେପିକୁ ଝଟ୍କା ଲାଗିପାରେ। କିନ୍ତୁ ଅନେକ ଥର ଏକ୍ଜିଟ୍ ପୋଲ ଆକଳନ ଫେଲ୍ ମାରିଛି। ତେଣୁ ଏବେ ସମସ୍ତଙ୍କ ଅପେକ୍ଷା ଏକ୍ଜାଟ୍ ରେଜଲ୍ଟକୁ।

Leave A Reply

Your email address will not be published.