Below header

ଆନ୍ଦୋଳନ ପରେ ଆଜିଠୁ ସ୍ୱାଭାବିକ ହେବ ଭୁବନେଶ୍ବର କୋର୍ଟ

ଅନ୍ଯପଟେ ଜାରି ରହିଛି ପୋଲିସ-ଓକିଲ ବିବାଦ ମାମଲା

ଭୁବନେଶ୍ବର (କେନ୍ଯୁଜ୍) : ଆଜିଠାରୁ ଖୋଲିବ ଭୁବନେଶ୍ୱର କୋର୍ଟ । ସ୍ୱାଭାବିକ ହେବ କାର୍ଯ୍ୟ । ସହମତି ଭିତ୍ତିରେ କୋର୍ଟରେ ମାମଲାର ଶୁଣାଣି ହେବ। ଲୋକଙ୍କ ସୁବିଧା ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଭୁବନେଶ୍ୱର  ବାର୍‌ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଆଇନଜୀବୀଙ୍କୁ ପୋଲିସ ମାଡ ଘଟଣାରେ ହାଇକୋର୍ଟ ଆଇନଜୀବୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାକୁ ସମର୍ଥ କରି ଗତ ୧ ତାରିଖୁ ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ କୋର୍ଟ କାର୍ଯ୍ୟକୁ ବନ୍ଦ କରିଥିଲା।

police-hc

ଅନ୍ଯପଟେ ପାଖପାଖି ଅଢ଼େଇ ମାସ ହେଲାଣି । ପୋଲିସ-ଓକିଲ ବିବାଦ ମାମଲାରେ ସମାଧାନର ବାଟ ବାହାରି ପାରୁନି । ଆଜି ହାଇକୋର୍ଟରେ ମାମଲାର ଶୁଣାଣି ରହିଛି । ଆଜି ସୁଦ୍ଧା ଚାର୍ଜସିଟ୍‌ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କନେଷ୍ଟବଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତି କାର୍ଯ୍ୟକାରୀ ନକରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ସେପଟେ କଟକରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ଆସନ୍ତାକାଲି ଯାଏ ଓକିଲଙ୍କ ଆନ୍ଦୋଳନ ଜାରି ରହିବ । ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ହେବ । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ମରା ଘଟଣାରେ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.