କଲିକତା ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲରେ ଏପରି କଣ ହେଲା କି , ଅମିତାଭ କହିଲେ  “ମତେ ଆଉ ଏଠାକୁ ଡାକିବେନି”

ମୁମ୍ବାଇ : ବଲିଉଡ଼ର ସେହେନ୍ସା ନିକଟରେ ପହଞ୍ଚିଥିଲେ ୨୪ତମ କଲିକତା ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ (KIFF)ରେ। ଏହି ଆଠ ଦୀବସିୟ ଫେଷ୍ଟିଭାଲର ଉଦଘାଟନ କରିଥିଲେ ପଶ୍ଚିମବଙ୍ଗଳାର ମୁଖ୍ଯମନ୍ତ୍ରୀ ମମତା ବାନାର୍ଜି। ଏହି ଉତ୍ସବରେ ଅନେକ ବଡ଼ବଡ଼ କଳାକାରଙ୍କୁ ଗୋଟିଏ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା। କିନ୍ତୁ ଯେତେବେଳେ ଅମିତାଭ ବଚ୍ଚନ ଷ୍ଟେଜ୍ ଉପରକୁ ଯାଇଥିଲେ ସେ ମୁଖ୍ଯମନ୍ତ୍ରୀଙ୍କୁ କହିଥିଲେ “ଦିଦି ମୁଁ ଆପଣଙ୍କୁ ବାରମ୍ବାର ମନା କରିଛି, ମତେ ଏଠାକୁ ଆଉ ଡାକନ୍ତୁ ନାହିଁ” ।

amitav

ଘଟଣାନୁଯାୟୀ, ଅମିତାଭ ବଚ୍ଚନ ମଞ୍ଚ ଉପରକୁ ଯିବା ପରେ ସେଠାକାର ମାହୋଲ ଏକ ପ୍ରକାର  ଉତ୍ସବ ମୁଖର ହୋଇଯାଇଥିଲା । ଯାହା ପରେ ଅଭିନେତା କହିଥିଲେ ମୁଁ ଏଠାକୁ ଆସି ସବୁବେଳେ ହିନ୍ଦିରେ କହିଥାଏ, ଏଥର ବଙ୍ଗାଳିରେ କହୁଛି। ଆଶା କରୁଛି ମୋ କଥା ମମତା ଦିଦି ବୁଝିପାରିବେ। ମୋର ଏଠାରେ କହିବା ପାଇଁ ଆଉ କିଛି କଥା ବାକି ନାହିଁ। ଦୟାକରି ମତେ ଆଉ ଏଠାକୁ ଡାକନ୍ତୁ ନାହିଁ। ଯାହାର ପ୍ରତିଉତ୍ତରରେ “ମୁଁ କିଛି ବୁଝିବାକୁ ଚାହୁଁନି” କହିଥିଲେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜି। ଅମିତାଭଙ୍କର ଏହି ଭାଷଣ ଶୁଣି ସେଠାରେ ଉପସ୍ଥିତ ରହିଥିବା ସମସ୍ତ ଦର୍ଶକ ଏବଂ କଳାକାର ହସି ଉଠିଥିଲେ।

amitabh-bachchan

ତେବେ ଆପଣଙ୍କୁ କହିବା ପାଇଁ ଚାହୁଁବୁ ଚଳିତ ବର୍ଷ ଫିଲ୍ମ ଫେଷ୍ଟିଭାଲ ବଳିଉଡ଼ ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହାରୁଖ ଖାନ, ବିଶ୍ବଜିତ ଖାନ, ବହିଦା ରେହମାନଙ୍କ ସହ ବଙ୍ଗଳା କଳାକାର ମଧବୀ ମୁଖର୍ଜି, ମାଜିଦ୍ ମଜିଦି , ସାବିତ୍ରୀ ଚାଟାର୍ଜି, ନନ୍ଦିତା ଦାସ ଆଦି ଉପସ୍ଥିତ ରହିଥିଲେ।