କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରତିକ୍ରିୟା ରଖିଲେ ଦୀପାଳି, କହିଛନ୍ତି ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ

ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଛାଇ ଭଳି ଠିଆ ହୋଇ ଆଶୀର୍ବାଦ ଦେଇଛନ୍ତି । ତାଙ୍କ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି ।

ଝାରସୁଗୁଡା(କେନ୍ୟୁଜ୍): ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଛି ଝାରସୁଗୁଡ଼ା ବିଧାନସଭା ଆସନ । ଖୁବଶୀଘ୍ର ସେଠାରେ ଉପନିର୍ବାଚନ ହେବ । ଏହାକୁ ନେଇ ଉଷ୍ଣ ହେଲାଣି ଝାରସୁଗୁଡ଼ା ରାଜନୈତିକ ପାଣିପାଗ । ଉପନିର୍ବାଚନରେ ବିଜେଡି ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ସେ ଏବେ ଗ୍ରାଉଣ୍ଡକୁ ଓହ୍ଲାଇଲେଣି । ଦୀପାଳି କହିଛନ୍ତି, ଲୋକଙ୍କ ସେବାରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯାହାକୁ ଭରସା କରିବେ ତାଙ୍କୁ ସମର୍ଥନ କରିବେ ।

ଜନସାଧାରଣ ଯାହାକୁ ସମର୍ଥନ ଦେବେ ସେ ବାପାଙ୍କ ସ୍ଥାନ ନେବେ । ସେହିପରି ନବ ଦାସଙ୍କ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ବି ପ୍ରତିକ୍ରିୟା ରଖିଛନ୍ତି ଦୀପାଳି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଛାଇ ଭଳି ଠିଆ ହୋଇ ଆଶୀର୍ବାଦ ଦେଇଛନ୍ତି । ତାଙ୍କ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.