ଦେଶରେ ଅଛନ୍ତି ୨,୯୬୭ ବାଘ! ବ୍ୟାଘ୍ର ମୃତ୍ୟୁ ବିଷୟରେ ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଅନୁସାରେ, ଭାରତରେ ୨୦୧୨ ପରଠାରୁ ୧୦୫୯ ବାଘଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ସବୁଠାରୁ ଅଧିକ ୨୭୦ ବାଘ ମୃତ୍ୟୁ ମଧ୍ୟ ପ୍ରଦେଶରେ ରେକର୍ଡ କରାଯାଇଛି।

ଦେଶରେ ବାଘ ମୃତ୍ୟୁ ବିଷୟରେ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ଜଷ୍ଟିସ କେଏମ ଜୋସେଫ ଓ ବି.ଭି ନାଗରତ୍ନାଙ୍କ ଖଣ୍ଡପୀଠ ବାଘ ମୃତ୍ୟୁ ବିଷୟରେ ଖବରକାଗଜରେ ପ୍ରକାଶିତ ଖବର ଜାଣିବା ପରେ ଏହି ତଥ୍ୟ ଖୋଜିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଆଡଭୋକେଟ ଅନୁପମ ତ୍ରିପାଠୀଙ୍କ ତରଫରୁ ୨୦୨୭ରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିଥିଲେ। ଆବେଦନରେ ଲୁପ୍ତପ୍ରାୟ ବାଘମାନଙ୍କୁ ବଞ୍ଚାଇବାକୁ ଦାବି କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି ଯେ ଯଦିଓ ଆବେଦନକାରୀ ଉପସ୍ଥିତ ନାହାନ୍ତି, କିନ୍ତୁ ଉତ୍ତରଦାତାମାନେ ଭାରତରେ ବାଘଙ୍କ ମୃତ୍ୟୁ ବିଷୟରେ ପତ୍ତା ଲଗାଇବେ। ଏଥିସହିତ କୋର୍ଟ ମାମଲାକୁ ତିନି ସପ୍ତାହ ପରେ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟ ପ୍ରଦେଶରେ ହୋଇଛି ସର୍ବାଧିକ ୨୭୦ ବାଘ ମୃତ୍ୟୁ!

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଅନୁସାରେ, ଭାରତରେ ୨୦୧୨ ପରଠାରୁ ୧୦୫୯ ବାଘଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ସବୁଠାରୁ ଅଧିକ ୨୭୦ ବାଘ ମୃତ୍ୟୁ ମଧ୍ୟ ପ୍ରଦେଶରେ ରେକର୍ଡ କରାଯାଇଛି। କେନ୍ଦ୍ର ୨୭ ଜାନୁଆରୀରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଥିଲା ଯେ ୨୦୧୮ର ଏକ ରିପୋର୍ଟ ଅନୁସାରେ, ଦେଶର ୫୩ ଅଭୟାରଣ୍ୟରେ ୨୯୬୭ ବାଘ ଅଛନ୍ତି।

ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ଖଣ୍ଡପୀଠକୁ କହିଥିଲେ କି, ବାଘ ସଂରକ୍ଷଣ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନେକ କାର୍ଯ୍ୟ କରାଯାଇଛି। ଆବେଦନରେ କୁହାଯାଇଥିଲା, ବାଘମାନଙ୍କୁ ସ୍ଥାନୀୟ ଲୋକ ଏବଂ ଅଧିକାରୀମାନଙ୍କ ଦ୍ୱାରା ବିଷ ଦେଇ ତଥା ବେଆଇନ ଶିକାର କରି ହତ୍ୟା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.