ଯାଜପୁର: ପ୍ରକଟପୁର ଗାଁରୁ ବିକ୍ରି ହୋଇଥିବା ଶିଶୁ କନ୍ୟା ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଉଦ୍ଧାର

ଯାଜପୁର ଟାଉନ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପ୍ରକଟପୁର ଗାଁରୁ ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗାଁର ଦମ୍ପତି ସୁରେଶ ଦାସ ଓ ଲିଜାରାଣୀ ଦାସ ନବଜାତ ଶିଶୁ କନ୍ୟା ବିକ୍ରି କରିଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଏକ ଟିମ୍ ଚମ୍ପେଇପାଳ ଠାରେ ପହଂଚି ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଶିଶୁ କନ୍ୟାକୁ କିଣିଥିବା ବରିଆନା ଅଂଚଳର ସୁବାସ ପଲାଇ ଓ ମଧୁସ୍ମିତା ପଲାଇଙ୍କୁ ଝୁମ୍ପୁରୀ ଫାଣ୍ଡିକୁ ଡକାଯାଇ ପଚରାଉଚରା କରାଯାଇଥିଲା ।

ସମସ୍ତଙ୍କ ଉପସ୍ଥିତିରେ ଉଭୟ ଦମ୍ପତ୍ତିଙ୍କୁ ଶିଶୁ କନ୍ୟା ବିକ୍ରୀ ସମ୍ବନ୍ଧିୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସୂଚନା ଦିଆଯିବା ସହିତ ବର୍ତ୍ତମାନ ସ୍ଥିତିରେ ଉଦ୍ଧାର ଶିଶୁ କନ୍ୟାକୁ ଜିଲ୍ଲା ଉତ୍କଳ ବାଳାଶ୍ରମ ପରିସରରେ ଥିବା ସ୍ୱତନ୍ତ୍ର ଶିଶୁ ଯତ୍ନ ତଥା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଶିଶୁ କନ୍ୟାକୁ ଥଇଥାନ କେନ୍ଦ୍ରରେ ରଖାଯାଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.