ବିଶ୍ୱ ଦରବାଦରରେ ସମ୍ମାନିତ ହେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ଲଣ୍ଡନରେ ସେଣ୍ଟ୍ରାଲ୍ ବ୍ୟାଙ୍କିଂ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଗଭର୍ଣ୍ଣର ଅଫ୍ ଦ ଇୟର ପୁରସ୍କାର । ସେଣ୍ଟ୍ରାଲ ବ୍ୟାଙ୍କିଂ ଆଓ୍ଵାର୍ଡ ୨୦୨୩ରେ ତାଙ୍କୁ ଏହି ସମ୍ମାନ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱ ଦରବାଦରରେ ସମ୍ମାନିତ ହେଲେ ଓଡ଼ିଆ ପୁଅ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲଣ୍ଡନରେ ସେଣ୍ଟ୍ରାଲ୍ ବ୍ୟାଙ୍କିଂ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି ଗଭର୍ଣ୍ଣର ଅଫ୍ ଦ ଇୟର ପୁରସ୍କାର । ସେଣ୍ଟ୍ରାଲ ବ୍ୟାଙ୍କିଂ ଆଓ୍ଵାର୍ଡ ୨୦୨୩ରେ ତାଙ୍କୁ ଏହି ସମ୍ମାନ ମିଳିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ । କୋଭିଡ୍ ଭଳି ସଂକଟ ବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଓ ସଫଳତାର ସହ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ପରିଚାଳନା କରିବାରେ ତାଙ୍କ ଭୂମିକା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କିଂ ପକ୍ଷରୁ ସମ୍ମାନଜନକ ଗଭର୍ଣ୍ଣର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କାରଯାଇଛି ।