Below header

ଆସିକାରେ ପ୍ରସିଦ୍ଧ ବାରୁଣୀବୁଡ଼ ଯାତ୍ରା ଉପରେ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକାଠାରେ ହେଉଥିବା ପ୍ରସିଦ୍ଧ ବାରୁଣୀବୁଡ଼ ଯାତ୍ରା ଉପରେ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। କୋଭିଡ୍‌ କଟକଣା ଯୋଗୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୌଣସି ପ୍ରକାରେ ସଂକ୍ରମଣ ସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଆସିକା ନିକଟ ଋଷିକୂଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ବୁଡ଼ ପକାଇଥାନ୍ତି। ବାରୁଣୀ ବୁଡ଼ ଅଞ୍ଚଳ ସହ ଲାଗି ରହିଥିବା ରଘୁନାଥ ନଗର, ବିଜୁ ପଟ୍ଟନାୟକ ଛକ, କାଳଷଣ୍ଢପୁର, ପଢାଳ ଓ ବରଗାଁ ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ବ୍ୟାରିକେଡ୍‌ କରାଯାଇ ପୋଲିସ ମୁତୟନ କରାଯାଇଛି। ଯାତ୍ରା ଓ ଜନଗହଳିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଆସନ୍ତା ୧୭ ଓ ୧୮ରେ ହେବାକୁ ଥିବା ରାଜମ୍ମା ଯାତ୍ରାକୁ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.