Below header

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ: ରାସ୍ତାରେ ଖଣ୍ଡା ହାତୁଡି ଧରି ବୁଲୁଛନ୍ତି

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି। ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି।

ବାଙ୍କୀ (କେନ୍ୟୁଜ): ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି। ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି।

ହାତରେ ଅଭିଯୋଗପତ୍ର ସହିତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଖଣ୍ଡା ବୁଲାଉଛନ୍ତି । କାବୁ କରିବା ପାଇଁ ଯିବା ବେଳେ ପୋଲିସକୁ ଆକ୍ରମଣ କରୁଛନ୍ତି ।
ପ୍ରାୟ ୨ ଘଣ୍ଟା ହେବ ନାକେଦମ୍ କଲେଣି ସରୋଜ। ପୂର୍ବରୁ କଲେଜ ପାଖ ଏସବିଆଇ ଏଟିଏମ୍ କାଉଣ୍ଟର ଭଙ୍ଗାରୁଜା କରିଥିଲେ । ତେବେ ସେ ଏମିତି କାହିଁକି କରୁଛନ୍ତି ପ୍ରକୃତ କାରଣ ଜଣା ପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.