Below header

ଚନ୍ଦ୍ରଯାନ-୩ ମିଶନକୁ ସଫଳ କରିଥିବା ଇସ୍ରୋ ମୁଖ୍ୟଙ୍କୁ ବିମାନରେ ଏମିତି ସ୍ୱାଗତ, ଦେଖନ୍ତୁ ଭିଡିଓ

ଇଣ୍ଡିଗୋ ବିମାନର ଏୟାର ହଷ୍ଟେସ ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କୁ ବିମାନରେ କରିଥିଲେ ଜବରଦସ୍ତ ସ୍ୱାଗତ । ଯାତ୍ରୀମାନେ ମଧ୍ୟ ଏହା ଶୁଣିବା ପରେ ତାଳି ମାରି ସ୍ୱାଗତ ଜଣାଇଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ୨୩ ଅଗଷ୍ଟରେ ସଫଳ ଅବତରଣ କରିବା ପରେ ସମଗ୍ର ବିଶ୍ୱରେ ଭାରତର ପ୍ରଶଂସା କରାଯାଉଛି । ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)ର ମୁଖ୍ୟ ଏମ ସୋମନାଥଙ୍କୁ ମଧ୍ୟ ଅନେକ ପ୍ରଶଂସା ମିଳିଛି । ତେଣୁ ଯେଉଁଆଡେ ସିଏ ଯାଉଛନ୍ତି, ତାଙ୍କୁ ସମ୍ମାନ ମିଳୁଛି ।

ଇସ୍ରୋ ମୁଖ୍ୟ ଏସ. ସୋମନାଥ ଗୁରୁବାର ଦିନ ଇଣ୍ଡିଗୋ ବିମାନରେ ଯାଉଥିବା ସମୟରେ ଏୟାରଲାଇନ୍ସ କ୍ରୁ ସଦସ୍ୟ ଏବଂସମସ୍ତ ଯାତ୍ରୀ ଉତ୍ସାହିତ ହୋଇଯାଇଥିଲେ । ତାଙ୍କ ସମ୍ମାନ ପାଇଁ ସମସ୍ତେ ତାଳି ବଜାଇବାକୁ ଲାଗିଥିଲେ । ସୋମନାଥ ବିମାନରେ ଥିବା ନେଇ ଏୟାର ହଷ୍ଟେସ ସମସ୍ତଙ୍କୁ ସୂଚନା ଦେଇଥିଲେ । ସେ ବିମାନରେ ଥିବା ନେଇ ସମସ୍ତ ଯାତ୍ରୀ ତାଳି ମାରିବା ସହିତ ବହୁତ ଖୁସି ରହିଥିଲେ । ଏହି ସମୟରେ ଏୟାର ହଷ୍ଟେସ ଜଣକ ସୋମନାଥଙ୍କ ସମ୍ମାନରେ କିଛି କହିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ଏୟାର ହଷ୍ଟେସ ଜଣ କହିଥିଲେ, ମୁଁ ଏହା ଜଣାଇ ବହୁତ ଖୁସି କି, ଆମ ମଧ୍ୟରେ ଏହି ବିମାନରେ ଇସ୍ରୋର ମୁଖ୍ୟ ଏସ.ସୋମନାଥ ଯାତ୍ରା କରୁଛନ୍ତି । ଏହି ବିମାନରେ ତାଙ୍କୁ ପାଇ ଆମେ ବହୁତ ଗର୍ବିତ । ଭାରତକୁ ଗୌରାବାନ୍ଵିତ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଇସ୍ରୋ ମୁଖ୍ୟଙ୍କୁ ସ୍ୱାଗତ କରିବା ପାଇଁ ଏୟାରଲାଇନ୍ସ କ୍ରୁ ମଧ୍ୟକିଛି ଉପହାର ଦେଇଥିଲେ । ସୋସିଆଲ ମିଡିଆରେ ଏହା ଭାଇରଲ ହେଉଛି ।

 

View this post on Instagram

 

A post shared by Pooja Shah (@freebird_pooja)

ଭିଡିଓଟି ଏୟାର ହଷ୍ଟେସ ପୂଜା ଶାହ ନାମରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଦେଖୁ ଦେଖୁ ଭିଡିଓଟି ଭାଇରଲ ହେବାରେ ଲାଗିଛି । ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.