ଖୁବଶୀଘ୍ର ଲଞ୍ଚ ହେବ Realmeର ନୂଆ ମଡେଲ, ଜାଣନ୍ତୁ କଣ ରହିଛି ଫିଚର୍ସ

ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶସ୍ତା ମୂଲ୍ୟରେ ଦମଦାର ଫୋନ ଲଞ୍ଚ କରିଥାଏ Realme । ତେବେ Realme କମ୍ପାନୀ ଖୁବଶୀଘ୍ର Realme C51 ଲଞ୍ଚ କରିବ ବୋଲି ଘୋଷଣା କରିଛି । ଫୋନର କ୍ୟାମେରା ଏବଂ ବ୍ୟାଟେରୀ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ।

Realme ନିଜ ଗ୍ରାହକଙ୍କ ପାଇଁ ସର୍ବଦା ଭିନ୍ନ ଭିନ୍ନ ଫିଚର ମଡେଲ ଲଞ୍ଚ କରୁଛି । ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶସ୍ତା ମୂଲ୍ୟରେ ଦମଦାର ଫୋନ ଲଞ୍ଚ କରିଥାଏ Realme । ତେବେ Realme କମ୍ପାନୀ ୪ ସେପ୍ଟେମ୍ବରରେ Realme C51 ଲଞ୍ଚ କରିବ ବୋଲି ଘୋଷଣା କରିଛି । ଏହା ବ୍ୟତୀତ ଫୋନର କ୍ୟାମେରା ଏବଂ ବ୍ୟାଟେରୀ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ବର୍ତ୍ତମାନ କମ୍ପାନୀ ଫ୍ଲିପକାର୍ଟରେ ଏକ ଲିଷ୍ଟ ମାଧ୍ୟମରେ ଫୋନର ଉପଲବ୍ଧତା ବିଷୟରେ ପ୍ରକାଶ କରିଛି । ଫୋନରେ ବଡ ଡିସପ୍ଲେ, କୁଲ୍ କ୍ୟାମେରା ଏବଂ ସାନଦାର ବ୍ୟାଟେରୀ ମିଳିବ । ତେବେ ଆସନ୍ତୁ ଜାଣିବା Realme C51 ର ଫିଚର କଣ ରହିଛି ।

ଫୋନର ବିକ୍ରି କେବେ ଆରମ୍ଭ ହେବ ତାହା କମ୍ପାନୀ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ଫୋନ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି ହେବ। ଏହା ବ୍ୟତୀତ ଫୋନ ଅଫିସିଆଲ ୱେବସାଇଟରୁ କିଣାଯାଇପାରିବ । କିନ୍ତୁ ଲଞ୍ଚ ୪ ସେପ୍ଟେମ୍ବରରେ ହିଁ ହେବ ।

Realme C51 ଫିଚର :
କମ୍ପାନୀ ପୂର୍ବରୁ ଘୋଷଣା କରିସାରିଛି ଯେ Realme C51 ଭାରତୀୟ ବଜାରରେ ୫୦ ମେଗାପିକ୍ସେଲ ଏଆଇ କ୍ୟାମେରା, ୩୩W ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଏବଂ ୫୦୦୦mAh ବ୍ୟାଟେରୀ ସହିତ ଅନ୍ୟାନ୍ୟ ଫିଚର ସହିତ ସାମିଲ ହେବ । ଏହା ବ୍ୟତୀତ ତାଇୱାନରେ ଏହି ସ୍ମାର୍ଟଫୋନ୍ ଲଞ୍ଚ ହୋଇସାରିଛି, ଯେଉଁ କାରଣରୁ ଏହାର ମୁଖ୍ୟ ଫିଚରଗୁଡିକ ଜଣା ପଡ଼ିଛି । ତେବେ ଏହି ଡିଭାଇସ ପଛରେ ଥିବା ଚିପସେଟର ନାମ କମ୍ପାନୀ ପ୍ରକାଶ କରି ନାହିଁ ।

ଜାଣି ରଖନ୍ତୁ Realme C51 ହେଉଛି ଏକ ବଜେଟ୍ ସ୍ମାର୍ଟଫୋନ୍ । C-Series ର ଅନ୍ୟ ମଡେଲଗୁଡିକ ପରି ଫୋନରେ ‘ମିନି କ୍ୟାପସୁଲ୍’ ନାମକ ଏକ ଫିଚର ରହିବ । ଏହା ଏକ ଡାଇନୋମିକ ଆଇଲ୍ୟାଣ୍ଡ ପରି ଦେଖାଯିବ । ଏହା ବ୍ୟତୀତ ପଛ କ୍ୟାମେରା ମଡ୍ୟୁଲ୍ ମଧ୍ୟ ଆଇଫୋନ୍ 14 ପରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.