ଭୋଜି ଖାଇ ଫେରିବା ବାଟରେ ଛକି ବସିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ବିବାହ ଭୋଜି ଖାଇ ଫେରିବା ବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣା ନେଲା ୪ ସାଙ୍ଗଙ୍କ ଜୀବନ । କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀ ମାଆ ରାସ୍ତାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି ।

ଆଠଗଡ଼ (କେନ୍ୟୁଜ):  ବିବାହ ଭୋଜି ଖାଇ ଫେରିବା ବାଟରେ ଜଗିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ଘର କାନ୍ଥରେ ପିଟି ହେଲା କାର। ଫଳରେ ଦୁର୍ଘଟଣାରେ ୪ ସାଙ୍ଗଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀ ମାଆ ରାସ୍ତାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ୪ ମୃତକ ଯୁବକ ଥିବାବେଳେ ପରିଚୟ ମିଳିପାରି ନାହିଁ। କୋଇଲିକନ୍ୟା ଗାଁରୁ ବିବାହ ଭୋଜି ସାରି ଫେରିବା ବେଳେ ଏହି ଦୁର୍ଘଟଣା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.