ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ବସ୍ ,୨ ଗୁରୁତର; ୧୦ରୁ ଅଧିକ ଆହତ

ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ବସ୍ । ଏଥିରେ ୨ ଜଣ ଗୁରୁତର ଓ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ତାଟ ନିକଟରେ ଭୋରୁ ଏହି ଦୁର୍ଘଟଣା ଘଟିଛି ।

କରଞ୍ଜିଆ (କେନ୍ୟୁଜ): ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ବସ୍ । ଏଥିରେ ୨ ଜଣ ଗୁରୁତର ଓ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ତାଟ ନିକଟରେ ଭୋରୁ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଠିଆ ହୋଇଥିବା ବେଳେ ପଛରୁ ଧକ୍କା ଦେଇଥିଲା ବସ୍ । ଝାରଖଣ୍ଡର ଜାମେସେଦପୁରରୁ ବାହାଘର ପାର୍ଟିକୁ ନେଇ ବସଟି ଯାଜପୁର ଆସୁଥିଲା ।

ଏଥିରେ ୪୧ ଜଣ ବରଯାତ୍ରୀ ଥିଲେ । ସେମାନଙ୍କ ଭିତରୁ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ୧୦୮ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଖରାପ ପାଗ ଓ ପ୍ରବଳ କୁହୁଡି ପାଇଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.