ଟ୍ରକ ପଛକୁ ପିଟିଲା ପିକଅପ ଭ୍ୟାନ୍, ୩ ମୃତ; ୬ ଗୁରୁତର

ଯାଜପୁର ଏନ ଏଚ ୫୩ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାର ଚାରିନଙ୍ଗଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ସହ ପିକ ଅପ ଗାଡିର ଧକ୍କା, ଜଣେ ମୃତ, ୮ଜଣ ଗୁରୁତର ଆହତ ସୂଚନା। ଆହତମାନଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି।

ଯାଜପୁର (କେନ୍ୟୁଜ): ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ । ଦୁର୍ଘଟଣା ନେଇଛି ୩ଜଣଙ୍କର ଜୀବନ । ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଚାରିନଙ୍ଗଳଠାରେ ଏହି ଦୁର୍ଘଟଣା ଘଟିଛି ।

ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ପିକଅପ୍‌ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ହୋଇଥିଲେ ୮ ଜଣ । ଗୁରୁତରଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡମେଡିକାଲରେ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଗୁରୁତରଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକଅପ୍‌ ଭ୍ୟାନର ଆଗପଟ ସଂପୂର୍ଣ୍ଣ ଚୁରମାର ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.