Below header

ଝାରସୁଗୁଡ଼ା ଏନଏଚ ୪୯ କଣ୍ଟାପାଲି ନିକଟରେ ଟ୍ରକ ଟ୍ରଲର ମୁହାଁମୁହିଁ ଧକ୍କା, ଜଣେ ମୃତ

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ଜିଲ୍ଲା ଏନଏଚ ୪୯ କଣ୍ଟାପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରଲର ଡ୍ରାଇଭର ଦୁର୍ଘଟଣା ସ୍ଥଳରେ ମୃତ। ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ଜିଲ୍ଲା ସଦର ହସ୍ପିଟାଲ ରେ ଭର୍ତି ହୋଇଛନ୍ତି। ଝାରସୁଗୁଡ଼ାରୁ ରାୟପୁର ଯାଉଥିବା ଟ୍ରକ ବିପରୀତ ଦିଗରୁ ଆସୁଥିବା ଟ୍ରଲରକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଟ୍ରଲର ଡ୍ରାଇଭର ମୃତ ହୋଇଥିବା ବେଳେ ମୃତଦେହକୁ ଗ୍ୟାସ କଟର ସାହାଯ୍ୟରେ କାଟି ବାହାର କରାଯାଇଛି। ବିଟିଏମ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.