ନିଜ ସାନ ଭଉଣୀକୁ iPhone ଦେବା ପୂର୍ବରୁ ଏହି ବଡ ଭଉଣୀ ରଖିଲେ ଯେଉଁ ସର୍ତ୍ତ , ତାହା ସବୁ ଅଭିଭାବକଙ୍କ ପାଇଁ ନିଶ୍ଚୟ ଏକ ଶିକ୍ଷା

ପିଲାଙ୍କ ହାତରେ ଫୋନ୍ ରହିବା ଆଜିକାଲି ଏକ ସାଧାରଣ କଥା । ହେଲେ ସେହି ଫୋନ୍ ଦେବା ପୂର୍ବରୁ କଣ୍ଟ୍ରାକ୍ଟ ସାଇନ୍ କରିବା ସାଧାରଣ କଥା ନୁହେଁ । କଣ ଆଶ୍ଚର‌୍ୟ୍ୟ ହୋଇଗଲେ ନା ? । ୟାସନିନ୍ ସେଫୁଲ୍ ବହାର ନାମକ ଜଣେ ୧୦ ବର୍ଷୀୟ ଝିଅକୁ ଆଇଫୋନ୍ ନେବା ପାଇଁ “One-Year Renewable Phone Loan” କଣ୍ଟ୍ରାକ୍ଟ ସାଇନ୍ କରିବାକୁ ପଡିଲା । ହେଲେ ଏହି କଣ୍ଟ୍ରାକ୍ଟ ଆଉ କେହି ନୁହେଁ ବରଂ ୟାସନିନର ନିଜ ବଡ଼ ଭଉଣୀ ଫରାହ ସାଇନ୍ କରାଇଛନ୍ତି ।

ଫରାହ ନିଜର ଏହି କଣ୍ଟ୍ରାକ୍ଟକୁ ବିସ୍ତାର ଭାବରେ ବୁଝାଇ କହିଛନ୍ତି, ୟାସନିନ୍ ସବୁ ଜିନିଷ ନିଜ ଟଙ୍କାରେ କିଣୁଛି । ତେଣିକି ତାହା ବହି ହେଉ ବା ଷ୍ଟେସନାରୀ ସାମଗ୍ରୀ । ଏପରିକି Nintendo Switch ପାଇଁ ଦୁଇ ବର୍ଷ ଟଙ୍କା ସଂଚୟ କରି କିଣିଛି । ତେଣୁ ସେ ଏହି ଆଇଫୋନ୍ ନେବା ପାଇଁ ଯୋଗ୍ୟ ।

କିନ୍ତୁ ମୁଁ ଏହି ଫୋନ୍ ଦେବା ସହ କିଛି ସର୍ତ୍ତ ରଖିଛି । ଯଦି ୟାସନିନ୍ ଏହି ସର୍ତ୍ତ ମାନିବ ନାହିଁ ତେବେ ତାକୁ ବାପାଙ୍କୁ ଫୋନଟି ଫେରାଇବାକୁ ପଡିବ ।

ସର୍ତ୍ତ ଗୁଡିକ ହେଉଛି :

contract i phone– ପ୍ରତିଦିନ ସକାଳେ ପ୍ରାର୍ଥନା କରିବା

– ଚାର୍ଜ ହୋଇ ସାରିବା ପରେ ତୁରନ୍ତ ଚାର୍ଜିଙ୍ଗରୁ ଫୋନକୁ ବାହାର କରିବାକୁ ପଡିବ ।

– ଫୋନର ବ୍ୟାଟେରୀ କେବେ ବି ଶେଷ ନହେବା ଉଚିତ୍ ।

– ଫୋନର ବ୍ୟାଟେରୀ ଶେଷ ହୋଇଗଲେ ଅନ୍ୟ କାହାର ଫୋନ୍ ବ୍ୟବହାର କରିପାରିବ ନାହିଁ ।

– ଟଏଲେଟକୁ ଫୋନ୍ ନେଇ ଯିବ ନାହିଁ ।

– ସ୍କୁଲକୁ ନେଇ ଯିବ ନାହିଁ ଫୋନ୍ ।

– ଡାଇନିଙ୍ଗ୍ ଟେବଲରେ ଫୋନ୍ ବ୍ୟବହାର କରିବ ନାହିଁ ।

– କୌଣସି ବି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ପଚାରିବ ।

– ଲିମିଟରୁ ଅଧିକା ଇଣ୍ଟରନେଟ୍ ବ୍ୟବହାର କଲେ ତାର ଦାୟିତ୍ବ ନିଜେ ନେବ । ଯଦି କୌଣସି ଅଫର୍ ଅନୁଯାୟୀ ଅଧିକ ନେଟ୍ ମିଳିଲା ତେବେ ଠିକ୍ ଅଛି ।

– ପ୍ରତିଦିନ କୋରାନ୍ ପଢିବାକୁ ପଡିବ କିମ୍ବା ସପ୍ତାହକୁ ୬ ଦିନ ପଢିବ ।

– ଯେତେବେଳେ ପରିବାର ସଦସ୍ୟଙ୍କ ସହ ବାହାରକୁ ଯିବ ସେତେବେଳେ ସାଙ୍ଗମାନଙ୍କୁ ଡାକିବ ନାହିଁ ।

– ପ୍ରତିଦିନ ଟ୍ୟୁସନ୍ ଯିବ ।

କେବଳ ୟସନିନ୍ କାହିଁକି ଏହି ସର୍ତ୍ତ ସେହି ସବୁ ପିଲାଙ୍କ ଉପରେ ଲାଗୁ ହେବା ଉଚିତ୍ ଯେଉଁମାନେ ଫୋନ୍ ବ୍ୟବହାର  କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.