ସୁପରଷ୍ଟାର୍ ରଜନୀକାନ୍ତଙ୍କ ସବୁଠୁ ବଡ଼ ବିଶେଷତ୍ବ, ଯେଉଁଠିକୁ ବି ଯାଆନ୍ତି ଏହି ଗୋଟିଏ କାମ କରିବାକୁ ଭୁଲନ୍ତି ନାହିଁ . . . ପ୍ରିୟ ଷ୍ଟାରଙ୍କ ବିଷୟରେ ପଢନ୍ତୁ କିଛି ଅଜଣା କଥା

୬୯ ବର୍ଷରେ ପାଦ ଦେଲେ ସୁପରଷ୍ଟାର୍ ରଜନୀକାନ୍ତ । ୧୯୫୦ ଆଜିର ଦିନରେ ହିଁ ଜନ୍ମ ଗ୍ରହଣ କରିଥିଲେ ଭାରତୀୟ ସିନେମାରେ ସବୁଠୁ ବଡ କଳାକାର ତଥା ତାମିଲ ଫିଲ୍ମର ବଡ ସୁପରଷ୍ଟାର୍ । ରଜନୀକାନ୍ତଙ୍କ ବିଷୟରେ ଆପଣମାନେ ନିଶ୍ଚୟ ଜାଣିଥିବେ । କେମିତି ଜଣେ ବସ୍ କଣ୍ଡକ୍ଟର ସୁପରଷ୍ଟାର୍ ହେଲେ ତାହା ପ୍ରାୟ ସମସ୍ତଙ୍କୁ ଜଣା । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ଜଣାଇବୁ ଯାହା ବୋଧେ କେହି ଜାଣିନଥିବେ ।

rajniiସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କର ଜନ୍ମ ୧୨ ଡିସେମ୍ବର , ୧୯୫୦ରେ ବାଙ୍ଗାଲୋରରେ ଏକ ମରାଠୀ ପରିବାରରେ ହୋଇଥିଲା। ସେ ତାଙ୍କର ବାପା-ମା’ଙ୍କର ଚତୁର୍ଥ ସନ୍ତାନ ଅଟନ୍ତି। ତାଙ୍କର ପରିବାର ଆର୍ଥିକ ସ୍ଥିତିରେ ମଜବୁତ ନଥିଲା। ରଜନୀକାନ୍ତ ପିଲାଦିନରୁ ହିଁ ଘରର ଦାୟିତ୍ବକୁ ବୁଝି ଛୋଟ ମୋଟ କାମ କରୁଥିଲେ। ସେ ଟ୍ରାନ୍ସପୋର୍ଟ ସର୍ଭିସେସରେ କଣ୍ଡକଟର ଭାବରେ କାମ କରୁଥିଲେ। ଅବଶ୍ୟ ତାଙ୍କ ମନରେ ଅଭିନେତା ହେବାର ଇଚ୍ଛା ଥିଲା। ତାଙ୍କର ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ସେ ୧୯୭୪ରେ ମାଦ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ଆଡମିସନ ନେଲେ। କନ୍ନଡ ଭାଷା କହିବାର ନିପୂଣ ଥିବା ରଜନୀକାନ୍ତ ସେଠାରେ ତାମିଲ କହିବା ଶିଖିଲେ। ତାମିଲ କହିବା ତାଙ୍କ ପାଇଁ ଏତେ ସଫଳ ହେଲା ଯେ ସେ ପ୍ରଥମ ଫିଲ୍ମର ବ୍ରେକ ତାମିଲ ଫିଲ୍ମରୁ ହିଁ ପାଇଲେ।

rajniଏମିତି ଏକ ସମୟ ଆସିଥିଲା ଯେ ରଜନୀକାନ୍ତ ଫିଲ୍ମ କ୍ୟାରିୟର ଛାଡିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ ତାଙ୍କ ପରିବାର ତାଙ୍କୁ ଏମିତି କରିବା ପାଇଁ ଦେଇନଥିଲେ। ଏହା ପରେ ସେ ୧୯୮୦ରେ ସବୁଠାରୁ ହିଟ୍ ଫିଲ୍ମ ବିଲ୍ଲା କଲେ, ଯାହା ଅମିତାଭ ବଚ୍ଚନଙ୍କର ସୁପରହିଟ ଫିଲ୍ମ ଡନର ରିମେକ ଥିଲା। ୧୯୮୧ରେ ରଜନୀକାନ୍ତ ବିବାହ କଲେ। ରଜନୀକାନ୍ତ ବଲିଉଡରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇବାକୁ ପଛାଇ ନାହାନ୍ତି। ଫିଲ୍ମ ଅନ୍ଧା ‘କାନୁନ’ ଜରିଆରେ ସେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ରଜନୀକାନ୍ତଙ୍କୁ ତାଙ୍କ ଅଭିନୟ ପାଇଁ ୨୦୦୦ ମସିହାରେ ପଦ୍ମଭୂଷଣରେ ସମ୍ମାନିତ କରାଗଲା। ସେ ଏହି ଦିନରେ ତାଙ୍କ ଆଗାମୀ ଫିଲ୍ମ ୨,୦ର ସଫଳତାରେ ବ୍ୟସ୍ତ ଅଛନ୍ତି।

rajniଫିଲ୍ମ ୨.୦ ରିଲିଜ ଜରିଆରେ ପୁଣି ଥରେ ବଡ ରେକର୍ଡକୁ ନିଜ ନାମରେ କରିଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ତାଙ୍କ ସହିତ ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଅଭିନୟ କରିଛନ୍ତି। ରଜନୀକାନ୍ତ ୬୭ବର୍ଷରେ ହୋଇଥିଲେ ନିଜ ଠାରୁ ଅଧା ବୟସର ହିରୋଇନଙ୍କ ସହିତ ଲିଡ ରୋଲରେ ଅଭିନୟ କରୁଛନ୍ତି।

ରଜନୀକାନ୍ତଙ୍କର ଏହି ସ୍ବତନ୍ତ୍ରତା

rajnikanthଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରଜନୀକାନ୍ତ କୌଣସି ବି ଫଙ୍କସନ ଏବଂ କୌଣସି ଫିଲ୍ମ ପ୍ରମୋସନ ପାଇଁ ଗଲେ ସେ ତାଙ୍କର ସାଧାରଣ ଦେଖାଯିବା ଲୁକରେ ହିଁ ଯାଇଥାନ୍ତି।

ସେ ନିକଟରେ ଏକ ଶୋରେ ଦାଢ଼ୀରେ ନଜର ଆସିଥିଲେ। ସେ ତାଙ୍କର ଧଳା ଦାଢ଼ୀକୁ ଲୁଚାଇବା ପାଇଁ କୌଣସି ଚେଷ୍ଟା ମଧ୍ୟ କରିନଥିଲେ। ଏହା ତାଙ୍କ ଫିଲ୍ମ ‘କବାଲି’ରେ ଦେଖିବାକୁ ମିଳିଥିଲା। ତାଙ୍କର ଏହି ଫିଲ୍ମ ଚେନ୍ନାଇର ଏକ ଡନର କାହାଣୀ ଉପରେ ଆଧାରିତ ଥିଲା।

rajnikantସେ ତାଙ୍କର ଅସଲି ଜୀବନରେ ନିଜର ଦାଢ଼ୀ ଏବଂ ବୟସକୁ ଲୁଚାନ୍ତି ନାହିଁ। ସେ ଚେହେରାରେ କୌଣସି ମେକଅପ ଲଗାନ୍ତି ନାହିଁ। ସେ ବିଭିନ୍ନ ପ୍ରୋଗ୍ରାମକୁ ବହୁତ ସାଧାରଣ ଲୁକରେ ଯାଇଥାନ୍ତି। ଗତ କିଛି ବର୍ଷରେ ରଜନୀଙ୍କର ସ୍ବାସ୍ଥ୍ୟ ବହୁତ ଖରାପ ହେବାରେ ଲାଗିଛି। ଏହି କାରଣରୁ ସେ ଅଧିକ ବୃଦ୍ଧ ଦେଖାଯାଉଛନ୍ତି। ତାଙ୍କ ରୋଗ କଥା ଶୁଣି ଫ୍ୟାନ୍ସମାନେ କାନ୍ଦି ପକାନ୍ତି ।

ସେ ତାଙ୍କର ଫିଲ୍ମ ‘୨,୦’ ପାଇଁ ରାଜି ହେଉନଥିଲେ କିନ୍ତୁ ଡାଇରେକ୍ଟରଙ୍କ ବହୁତ ଅନୁରୋଧ କ୍ରମେ ସେ ଏହି ଫିଲ୍ମକୁ ସାଇନ କରିଥିଲେ।
ଆମେ କେବଳ ପ୍ରାର୍ଥନା କରୁଛୁ ଯେ ରଜନୀକାନ୍ତ ଏମିତି ହିଁ ଦର୍ଶକଙ୍କ ପ୍ରଶଂସାର ପାତ୍ର ହୁଅନ୍ତୁ ଏବଂ ସିନେମାରେ ନିଜର ଦମଦାର ଅଭିନୟ ଦେଖାଇ ଚାଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.