ଲିଙ୍ଗରାଜ ରୋଡ ଓଭରବ୍ରିଜ ଉପରେ ଦୁର୍ଘଟଣା, ଦୁଇଜଣ ବାଇକ୍‌ ଚାଳକ ଆହତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା କମିଛି ସିନା ଥମି ନାହିଁ । କିଛି ସମୟ ପୂର୍ବରୁ ଲିଙ୍ଗରାଜ ରୋଡ ଓଭରବ୍ରିଜ ଉପରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ବାଇକ୍‌ରେ ଆସୁଥିବା ଏହି ଦୁଇଜଣ ଯୁବକଙ୍କୁ ଏକ ଟାଭେରା ଧକ୍କା ଦେଇଥିଲା । ଫଳରେ ବାକ୍‌ରେ ବସିଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ବାଇକ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏୟାରପୋର୍ଟ ଥାନା ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

ACCIDENT-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.