ପାଣି ଘେରରେ ରେଶମ ନଗରୀ ବ୍ରହ୍ମପୁର ସହର, ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି

ବ୍ରହ୍ମପୁର: ପାଣି ପାଣି ରେଶମ ନଗରୀ ବ୍ରହ୍ମପୁର ସହର। ଗତକାଲି ରାତିରୁ ମୂଷଳ ଧାରାର ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ସ୍ଥାନରେ ଜଳ ଘେରି ସୃଷ୍ଟି ହୋଇଛି। ବିଶେଷ କରି ବ୍ୟାଙ୍କ କଲୋନୀ, ଗଜପତି ନଗର, ଧର୍ମନଗର ଓ ଗାନ୍ଧୀ ନଗରର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। କିଛି ଘର ଭିତରେ ମଧ୍ୟ ପାଣି ପଶିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣି ଜମି ରହିବାରୁ ଛୋଟ ଛୋଟ ପିଲାମାନେ ସ୍କୁଲ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.